ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଅନେକ ବଡ ବଡ ପଦକ୍ଷେପ ପରେ ବି ସ୍ଥିତିରେ ସୁଧାର ଆସୁନାହିଁ । ଏବେ ଟ୍ରିପଲ୍ ମ୍ୟୁଟାଣ୍ଟ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହି କ୍ରମରେ କରୋନା କଟକଣା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁବାର ବଡ ଘୋଷଣା କରିଛନ୍ତି । ଏବେ ପଶ୍ଚିମବଙ୍ଗରୁ ଯିଏ ଆସିବ ସେ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବେ । ପଶ୍ଚିମବଙ୍ଗ ସହ ଲାଗି ରହିଥିବା ସମସ୍ତ ରାସ୍ତାରେ ଚେକିଂ କଡାକଡି କରାଯିବ । ଚେକିଂ କରିବାକୁ ବାଲେଶ୍ୱର, ମୟୂରଭଞ୍ଜ ଏସ୍ପିଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖନୀୟ ପଶ୍ଚିମବଙ୍ଗରେ କରୋନା ଉଗ୍ର ରୂପ ନେଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡିଶା-ପଶ୍ଚିମବଙ୍ଗ ସୀମା ସିଲ୍ ହେବ । ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ କଡା ଚେକିଂ କରାଯିବ । ୪୮ ଘଣ୍ଟା ପୂର୍ବରୁ ନେଗେଟିଭ୍ ରିପୋର୍ଟ ଦେଖାଇଲେ ବି ୧୪ ଦିନିଆ କ୍ୱାରେଣ୍ଟାଇନ୍ରେ ବାଧ୍ୟତାମୂଳକ । ସେମାନେ କ୍ଲଷ୍ଟର ସେଣ୍ଟରରେ ରହିବେ କିମ୍ବା ପେଡ୍ କ୍ୱାରେଣ୍ଟାଇନରେ ରହିପାରିବେ । ପଶ୍ଚିମବଙ୍ଗରୁ ବିମାନରେ ଆସୁଥିବା ଯାତ୍ରୀ ମଧ୍ୟ ୧୪ ଦିନିଆ କ୍ୱାରେଣ୍ଟାଇନ୍ରେ ରହିବେ । ଏପରିକି ସଂପୃକ୍ତ ଯାତ୍ରୀମାନଙ୍କୁ ହୋମ କ୍ୱାରେଣ୍ଟାଇନ ମନା । ୨ ଡୋଜ୍ ନେଇଥିବା ଲୋକଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ଅନୁମତି ଦିଆଯାଇଛି ।
Comments are closed.