କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ : କରୋନା ନିୟନ୍ତ୍ରଣ ନେଇ କ’ଣ ପଦକ୍ଷେପ ନେଇଛ ?

137

ନୂଆଦିଲ୍ଲୀ : ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବା ବେଳେ ଅନ୍ୟପଟେ ରୋଗୀଙ୍କୁ ଅକ୍ସିଜେନ ମିଳୁନାହିଁ । ଟିକାର ଅଭାବ ଦେଖାଦେଇଛି । ଦେଶରେ କରୋନାର ଏପରି ସ୍ଥିତିକୁ ନେଇ ସୁପ୍ରିମ୍କୋର୍ଟ ଚିନ୍ତାବ୍ୟକ୍ତ କରିବା ସହିତ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅକ୍ସିଜେନ ଯୋଗାଣ, ଅତ୍ୟାବଶ୍ୟକ ଔଷଧ ଏବଂ ଟିକାକରଣ ପଦ୍ଧତି ଉପରେ ଏକ ଜାତୀୟ ନୀତି ଆଣିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି ।

ପ୍ରଧାନ ବିଚାରପତି ଏସ.ଏ. ବୋବଡେ, ଜଷ୍ଟିସ ଏଲ.ନାଗେଶ୍ୱର ରାଓ ଏବଂ ଏସ.ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି । ଖଣ୍ଡପୀଠ ଲକ୍ଡାଉନ୍ ଘୋଷଣା କରିବା ଲାଗି ହାଇକୋର୍ଟଙ୍କ ନ୍ୟାୟିକ ଶକ୍ତିର ବି ଯାଞ୍ଚ କରିବେ ବୋଲି କହିଛନ୍ତି । ଏହା ସହିତ କୋଭିଡ-୧୯ ପ୍ରସଙ୍ଗରେ ୬ଟି ହାଇକୋର୍ଟର ଶୁଣାଣି କେତେକ ପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ ବୋଲି ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି । କୋଭିଡ-୧୯ ସମ୍ପର୍କିତ ଏହି ମାମଲାର ପରିଚାଳନାରେ ସହଯୋଗ କରିବାକୁ ଖଣ୍ଡପୀଠ ବରିଷ୍ଠ ଆଡ୍ଭୋକେଟ୍ ହରିଶ ସାଲ୍ଭେଙ୍କୁ ନିଯୁକ୍ତ କରିଛନ୍ତି ।

Comments are closed.