ଆସନ୍ତାକାଲିଠୁ ସବୁ ସହରାଂଚଳରେ ସପ୍ତାହାନ୍ତ ଶଟ୍ ଡାଉନ୍ , ଘଂଟାଏ ପାଇଁ କୋହଳ

143

ଭୁବନେଶ୍ୱର : ଆସନ୍ତାକାଲି (ଶନିବାର)ଠାରୁ ରାଜ୍ୟର ସମସ୍ତ ସହରାଂଚଳରେ ସପ୍ତାହାନ୍ତ ଶଟ୍ ଡାଉନ୍ ଆରମ୍ଭ ହେଉଛି । ଉଭୟ ଶନିବାର ଓ ରବିବାର ଶଟ୍‌ଡାଉନ୍ ହେବାକୁ ଥିବା ବେଳେ ଏହି ଦୁଇ ଦିନ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଘଂଟାଏ ଲାଗି କଟକଣା କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ଲୋକେ ମର୍ଣ୍ଣିଂ ୱାକ୍ ଓ ସାଇକ୍ଲିଂ କରିବାକୁ ବାହାରକୁ ଆସିପାରିବେ । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ଶକ୍ରବାର ଦିନ ଏହି ସୂଚନା ଦେଇଛନ୍ତି ।

ଏସ୍‌ଆରସି କହିଛନ୍ତି, ଶୁକ୍ରବାର ରାତିର ନାଇଟ୍ କର୍ଫ୍ୟୁ ଶେଷ ହେବା ପରେଶନିବାର ସକାଳୁ ସପ୍ତାହାନ୍ତ ଶଟ୍ ଡାଉନ୍ ଆରମ୍ଭ ହୋଇଯିବ । ଏହି ଶଟ୍‌ଡାଉନ୍ ସୋମବାର ସକାଳ ପର୍ଯ୍ୟନ୍ତ ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ସମସ୍ତ ପ୍ରକାର ସେବା ବନ୍ଦ ରହିବ ।
ଅନ୍ୟପକ୍ଷରେ ଯେଉଁମାନେ ପଶ୍ଚିମବଙ୍ଗରୁ ଫେରୁଛନ୍ତି ବା ଯାଇ ଆସୁଛନ୍ତି ସେମାନେ କ୍ୱାରେଂଟାଇନ୍ ରେ ରହିବେ । ଯେଉଁମାନଙ୍କର ୭୨ ଘଂଟା ପୂର୍ବର ନେଗେଟିଭ୍ ରିପୋର୍ଟ ଥିବ ବା ୨ ଡୋଜ୍ ଟିକା ନେଇଥିବେ, ସେମାନେ ହୋମ୍ କ୍ୱାରେଂଟାଇନ୍ ରେ ରହିବେ । ସେହିପରି ଯେଉଁମାନଙ୍କର ରିପୋର୍ଟ ନଥିବା ବା ଯେଉଁମାନେ ଟିକା ନେଇ ନଥିବେ, ସେମାନେ ଇନ୍‌ଷ୍ଟିଚ୍ୟୁସନାଲ୍ କ୍ୱାରେଂଟାଇନ୍ ରେ ରହିବେ । ଆଉ ଯେଉଁମାନେ ହୋମ୍ କ୍ୱାରେଂଟାଇନ୍ ନିୟମ ଭାଙ୍ଗିବେ, ସେମାନଙ୍କୁ ଇନ୍‌ଷ୍ଟିଚ୍ୟୁସନାଲ୍ କ୍ୱାରେଂଟାଇନ୍ ରେ ରଖାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।

Comments are closed.