-ଭାରତର ମୋଟ ସକ୍ରିୟ ମାମଲାର ୬୦% ମାମଲା ଅଛି ପାଂଚ ରାଜ୍ୟରେ
-ଗତ ୨୪ ଘଂଟା ମଧ୍ୟରେ ୧.୯୩ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି
ନୂଆଦିଲ୍ଲୀ : ବିଶ୍ୱର ବୃହତ କୋଭିଡ-୧୯ ଟିକାକରଣ ଅଭିଯାନରେ ଭାରତରେ ୧୩.୫୪ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।ଆଜି ସକାଳ ୭ଟା ମଧ୍ୟରେ ୧୯,୩୮,୧୮୪ ସେସନରେ ୧୩,୫୪,୭୮,୪୨୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୨,୪୨,୩୬୪ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୯,୦୪,୭୩୯ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୧୭,୩୧,୯୫୯ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୦,୭୭,୨୬୦ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୮୫,୩୪,୮୧୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୬୫,୨୧,୬୬୨ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ବର୍ଷରୁ ୬୦ ବର୍ଷ ମଧ୍ୟରେ ୪,୫୫,୬୪,୩୩୦ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୯,୦୧,୨୯୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।ଗତ ୨୪ ଘଂଟା ମଧ୍ୟରେ ୩୧ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।
ଟିକାକରଣ ଅଭିଯାନର ୯୭ତମ ଦିବସ (୨୨ ଏପ୍ରିଲ ୨୦୨୧)ରେ ୩୧,୪୭,୭୮୨ ଡୋଜ୍ ଟିକା ଦିଆଯାଇଛି । ୨୮,୬୮୩ ସେସନରେ ୧୯,୨୫,୮୭୩ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୨,୨୧,୯୦୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।ଗତ ୨୪ ଘଂଟା ମଧ୍ୟରେ ୩,୩୨,୭୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟରେ ଦେଶର ମୋଟ ନୂଆ କରୋନା ମାମଲାର ୭୫.୦୧% ମାମଲା ଚିହ୍ନଟ ହୋଇଛି ।ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୭,୦୧୩ ମାମଲା ଚିହ୍ନଟ ହୋଇଛି ।
ଏହା ପଛକୁ ଉତ୍ତର ପ୍ରଦେଶରେ ୩୪,୨୫୪ ଏବଂ କେରଳରେ ୨୬,୯୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଭାରତରେ ମୋଟ ସକ୍ରିୟ କରୋନା ମାମଲା ୨୪,୨୮,୬୧୬ରେ ପହଂଚିଛି । ଏହା ଦେଶର ମୋଟ ପଜିଟିଭ ସଂଖ୍ୟାର ୧୪.୯୩% । ଗତ ୨୪ ଘଂଟାରେ ଦେଶରେ ମୋଟ ସକ୍ରିୟ କରୋନା ମାମଲାରେ ସିଧାସଳଖ ୧,୩୭,୧୮୩ ମାମଲା ବୃଦ୍ଧି ହୋଇଛି ।ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଂଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ କରୋନା ମାମଲାର ୫୯.୧୨% ମାମଲା ରହିଛି ।ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୩୬,୪୮,୧୫୯ରେ ପହଂଚିଛି । ଜାତୀୟ ସୁସ୍ଥତା ହାର ଏବେ ରହିଛି ୮୩.୯୨% ।ଗତ ୨୪ ଘଂଟା ମଧ୍ୟରେ ୧,୯୩,୨୭୯ ଜଣ ସୁସ୍ଥ ହୋଇଛନ୍ତି ।
ଜାତୀୟ ମୃତ୍ୟୁହାର ହ୍ରାସ ପାଇ ଏବେ ୧.୧୫% ହୋଇଛି ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨୨୬୩ ଜଣଙ୍କ ମୃତ୍ୟୁ ହୋଇଛି ।ନୂଆ ମୃତ୍ୟୁ ମଧ୍ୟରୁ ୮୧.୭୯% ମୃତ୍ୟୁ ହୋଇଛି ଦଶଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୫୬୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପଛକୁ ଦିଲ୍ଲୀରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଛି ।ସାତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ବିଗତ ୨୪ ଘଂଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ଘୋଳୟ, ମିଜୋରାମ, ଲାକ୍ଷାଦ୍ୱୀପ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ।
Comments are closed.