ଜନ ଶୁନ୍ୟହୋଇଛି ରାସ୍ତା ଘାଟ , ପୋଲିସ୍ ଙ୍କ ଚେକିଂ ଯୋରଦାର
ମୁନିଗୁଡା -କରୋନାର ଦ୍ବିତୀୟ ଲହରୀ ଏ ତେ ଭୟଙ୍କର ହୋଇଛି ଯେ, ପ୍ରତ୍ୟେହ ହଜାର ହଜାର ପଜେଟିଭ୍ ଵିଭିନ୍ନ ରାଜ୍ୟରେ ଚିହ୍ନଟ ହୋଇ ଏହା ମହାମାରୀର ରୂପ ନେଇ ସାରିଛି। ଆମରାଜ୍ୟ ଓଡିଶାରେ ମଧ୍ଯ ଭୟଙ୍କର ହେଉଛି କରୋନା ସ୍ଥିତି, ବଢୁଛି କରୋନାର କାୟା,ସ୍ଥିତିହୋଇଛି ଵେକାବୁ। କରୋନ ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏଵେ ଲମ୍ଵା ଡିଆ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାକୁ ପ୍ରଵେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି। ସେଥିରେ ଛନ୍ଦି ହୋଇଯାଇଛି ରାୟଗଡା ଜିଲ୍ଲା, ଏହି ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେଥିରୁ ମୁନିଗୁଡା ଵ୍ଲକ ବାଦ୍ ପଡି ନାହିଁ। ଦିନକୁ ଦିନ ମୁନିଗୁଡାରେ କରୋନା ଆକ୍ରାନ୍ତଙ୍କ ପରିସ୍ଥିତି ଗମ୍ଭୀର ହେଵାରେ ଲାଗିଛି। ଏହି ପରିସ୍ଥିତି ଦେଖି ଜିଲ୍ଲାପାଳ ସହରାଞ୍ଚଳ ସହିତ ଗ୍ରାମାଞ୍ଚଳ ମୁନିଗୁଡାରେ ସପ୍ତାହାନ୍ତ ସଟଡାଉନ କରିଆବାକୁ ଘୋଷଣା କଲେ। ହେଲେ ମୁନିଗୁଡା ପୋଲିସ୍ ଗତକାଲି ରାତି ନଅରୁ ଆଜି ସକାଳ ଛ ଟା ପର୍ଯ୍ୟନ୍ତ ନାଇଟି କର୍ଫୁ ସାରି ପୁନରାୟ ଏସଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଓ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ମୁନିଗୁଡା ର ତିନୋଟି ପ୍ରବେଶ ପଥରେ ଏସ ଆଇ ଶ୍ରୀ ନରସିଂହ ଵେହେରା, ଏସ୍ ଆଇ ଚନ୍ଦ୍ରମା ଶଵର, ଏସ ଆଇ ଅଶୋକ କୁମାର ବିଶୋଇ, ପୋଲିସ୍ ନିରଞ୍ଜନ ଦାଶ, ବିରଞ୍ଚିନାରାୟଣ ଚୌଧୁରୀ,ରଵି ଵିଡିକା, ଖଗେଶ୍ବର ଦେହୁରୀ, ନୀଳା ଶବର, ହୋମଗାର୍ଡ ପ୍ଲାଟୁନ କମାଣ୍ଡର ଶ୍ରୀ ଟୁଲୁ ପାଢି, ହୋମଗାର୍ଡ ସଙ୍ଗିତା ନୁଣ୍ଡୃକା, ପ୍ରଶାନ୍ତ ମହାନ୍ତି, ମନୋଜ ପାଣିଗ୍ରାହୀ, ଶୁଶୀଲ ଗନ୍ତାୟତ, ଗଣପତି ପଲକିଆ, ପିଙ୍କି ଶବର, ଡ୍ରାଇଭର ଟୁନା ବେହେରା, ଗ୍ରାମରକ୍ଷୀ ଘାସି ଟାକିରୀଙ୍କୁ ନେଇ ତିନୋଟି ଟିମ କରି ପ୍ରବେଶ ପଥ ମାନଙ୍କରେ ନିୟୋଜିତ କରାଯାଇଥିଲା। ପୂର୍ବଭଳି ଲୋକମାନେ ଯିଵା ଆସିବା ଏକ ପ୍ରକାର ଜନଶୂନ୍ଯ ପରି ହୋଇଯାଇଛି। ଯଦି କେହି ଜଣେ ଵିନା କାରଣରେ ଯାତାୟତ କରିଛି, କିମ୍ଵା ବାଇକ୍ ଓ ଚାରିଚକିଆ ଯାନ ନେଉଛନ୍ତି ତାର ସଠିକ୍ ପରିଚୟ ନ ପାଇଲେ ତାଙ୍କଠାରୁ ଯୋରିମାନା ଆଦାୟ କରାଯିବା ସହ ଚେତାବନୀ ଦିଆଯାଉଥିଵା ଦେଖିବାକୁ ମିଳିଛି। ସ୍ଥିତି ଅନୁଧ୍ୟାନ କରିବାକୁ ଏସଡିପିଓ ଶ୍ରୀ ସାହୁ ଓ ଆଇ ଆଇ ସି ଶ୍ରୀମତୀ ସାହୁ ଭିନ୍ନ ଭିନ୍ନ ଗାଡିରେ ମୋବାଇଲ ଚେକିଂ କରିଵା ସହ କରୋନା ସମନ୍ଧରେ ସଚେତନତା କରାଉଥିଵା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ପୋଲିସମାନେ ରାତି ଡିଉଟି ସାରି ସକାଳ ସଟଡାଉନ ଡିଉଟିରେ ଥିଲେ ମଧ୍ୟ ଟିଫିନ୍ ମିଳୁନଥିବାରୁ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ସଟଡାଉନ ମଧ୍ୟରେ ଅଧିକ ସଙ୍କ୍ରମିତ ରାଜ୍ୟ ଛତିଗଡରୁ ଶହ ଶହ ଟ୍ରକ୍ ମୁନିଗୁଡା ଦେଇ ଯାତାୟତ କରୁଥିଲେ ମଧ୍ୟ ସେଥିପ୍ରତି ଅଙ୍କଶ ଲାଗୁନଥିବା ଵେଳ ଵିଭିନ୍ନ ରାଜ୍ୟବାହାରୁ ଆସି ବେଦାନ୍ତ କମ୍ପାନୀରେ କାମ କରୁଥିବାରୁ ସେମାନେ ଖୁଲମ ଖୋଲା ଯାତାୟତ କରୁଥିବା ନେଇ କରୋନା ସଙ୍କ୍ରମିତ ହେବାକୁ ଏଡାଇ ଦିଆଯାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲୁଥିବା ଶୁଣୀଵାକୁ ମିଳୁଛି। ତେଣୁ ଛତିଗଡରୁ ଆସୁଥିବା ଟ୍ରକ କର୍ମଚାଙ୍କୁ କରୋନା ପରୀକ୍ଷା ପରେ ମୁନିଗୁଡା ପ୍ରଵେଶ କରିବାକୁ ସୁଯୋଗ ଦେବା ସହ ଲାଞ୍ଜଗଡ କମ୍ପାନୀ କୁ ଯାତାୟତ କରୁଥିବା ଲୋକଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ସାଧାରଣରେ ଦାବୀ ହେଉଛି।