-ଗତ ୨୪ ଘଂଟା ମଧ୍ୟରେ ଦିଆଗଲା ୨୯ ଲକ୍ଷ ଡୋଜରୁ ଅଧିକ ଟିକା
ନୂଆଦିଲ୍ଲୀ : ଆଜି ସକାଳ ୭ଟା ସୁଦ୍ଧା ୧୯,୮୦,୧୦୫ ସେସନରେ ମୋଟ ୧୩,୮୩,୭୯,୮୩୨ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ, ୯୨,୬୮,୦୨୭ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୯,୫୧,୦୭୬ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୧୮,୫୧,୬୫୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୧,୯୪,୮୫୧ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୯୧,୪୫,୨୬୫ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୭୧,୬୫,୩୩୮ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୪,୬୬,୭୧,୫୪୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨୧,୩୨,୦୮୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।ଗତ ୨୪ ଘଂଟା ମଧ୍ୟରେ ୨୯ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି ।
ଟିକାକରଣ ଅଭିଯାନର ୯୮ତମ ଦିବସ (୨୩, ଏପ୍ରିଲ ୨୦୨୧)ରେ ୨୯,୦୧,୪୧୨ ଡୋଜ୍ ଟିକା ଦିଆଯାଇଛି । ୨୬,୯୨୭ ସେସନରେ ୧୮,୬୩,୦୨୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦,୩୮,୩୮୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।ଭାରତରେ ଏ ପର୍ଯ୍ୟନ୍ତ ମୋଟ ୧,୩୮,୬୭,୯୯୭ ଜଣ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ୮୩.୪୯% ରହିଛି ।ଗତ ୨୪ ଘଂଟା ମଧ୍ୟରେ ୨,୧୯,୮୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ନୂଆ ସୁସ୍ଥଙ୍କ ମଧ୍ୟରୁ ୮୨.୯୪% ସୁସ୍ଥ ୧୦ଟି ରାଜ୍ୟରେ ହୋଇଛନ୍ତି ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩,୪୬,୭୮୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟରେ ଦେଶର ନୂଆ କରୋନା ମାମଲାରୁ ୭୪.୧୫% ମାମଲା ଆସିଛି ।
ମହାରାଷ୍ଟ୍ରରେ କେବଳ ଗୋଟିଏ ଦିନରେ ସର୍ବାଧିକ ୬୬,୮୩୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ପଛକୁ ଉତ୍ତର ପ୍ରଦେଶରେ ୩୬,୬୦୫ ଓ କେରଳରେ ୨୮,୪୪୭ ଜଣ ସଂକ୍ରମିତ ହୋଇଛନ୍ତି ।ଭାରତରେ ମୋଟ ସକ୍ରିୟ କରୋନା ମାମଲା ୨୫,୫୨,୯୪୦ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୫.୩୭% । ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୧,୨୪,୩୨୪ ମାମଲା ବୃଦ୍ଧି ପାଇଛି ।ଜାତୀୟ ମୃତ୍ୟୁ ହାର ଏବେ ହ୍ରାସ ପାଇ ଚାଲିଛି ଏବଂ ୧.୧୪%ରେ ରହିଛି ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨,୬୨୪ ଜଣଙ୍କ ମୃତ୍ୟୁ ହୋଇଛି ।ନୂଆ ମୃତ୍ୟୁ ମଧ୍ୟରୁ ଦଶଟି ରାଜ୍ୟରେ ୮୨.୨୮% ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଗୋଟିଏ ଦିନର ସର୍ବାଧିକ ୭୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୩୪୮ ଜଣଙ୍କ ମୃତ୍ୟୁ ହୋଇଛି ।
Comments are closed.