ପୈସା କ୍ୟା ନକରେ କାମ୍…

0 72

ଦେଶରେ ବେଲଗାମ ହୋଇପଡ଼ିଛି କରୋନା ସଂକ୍ରମଣ । ସ୍ଥିତି ଧିରେ ଧିରେ ବେକାବୁ ହେବା ସହିତ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି । କିନ୍ତୁ ଏହି ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର କ୍ଷୀପ୍ର ଗତିରେ ମାଡ଼ି ଚାଲିଛି । ଆଜି ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୪୬ହଜାର ୭୮୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୨୬୨୪ଜଣଙ୍କ ଜୀବନ ମଧ୍ୟ ଯାଇଛି । ଏହାରି ମଧ୍ୟରେ ଆମେରିକାର ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଇନ୍ଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ମ୍ୟାଟ୍ରିକ୍ସ ଆଣ୍ଡ ଇଭଲ୍ୟୁସନ୍ ପକ୍ଷରୁ କରୋନା ସ୍ଥିତି ନେଇ ଭାରତକୁ ଚେତାବନୀ ଦିଆଯାଇଛି । ମେ’ ମଧ୍ୟଭାଗରେ ଭାରତରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ôଚବ । ସେତେବେଳେ ଦେଶର ଦୈନିକ ମୃତ୍ୟୁହାର ୫ହଜାର ୬୦୦ ଛୁଇଁବ । କେବଳ ମାସ୍କ ପିନ୍ଧିଲେ ସୁରକ୍ଷିତ ରହିହେବ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି । ଆଉ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ର ଘୋର ଅଭାବ ଦେଖାଦେଇଛି । ଦେଶର ବିଭିନ୍ନ ରାଜ୍ୟରେ କରୋନା ରୋଗୀମାନେ ଅମ୍ଳଜାନ୍ ପାଇଁ ଛଟପଟ ହେଉଛନ୍ତି । ଏହାରି ମଧ୍ୟରେ ଦୁବାଇ ଯିବା ପାଇଁ ଅନେକ ଧନୀ ବ୍ୟକ୍ତି ପ୍ରତିଯୋଗିତା ଆରମ୍ଭ କରିସାରିଲେଣି । ଦୁବାଇ ପକ୍ଷରୁ ଭାରତୀୟ ବିମାନ ଉପରେ ରବିବାର ଠାରୁ ପ୍ରତିବନ୍ଧକ ଲଗାଯିବା ନେଇ ଘୋଷଣା ସରିଛି । ଏହାକୁ ଦୃଷ୍ଟିରେ ରଖି ଧନୀ ଭାରତୀୟମାନେ ଦେଶ ଛାଡ଼ିବା ଆରମ୍ଭ କରିଦେଇଛନ୍ତି । ଦୁବାଇ ଯିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ତେଣୁ କମର୍ସିଆଲ୍ ବିମାନଭଡ଼ା ୧୦ଗୁଣା ବୃଦ୍ଧି ପାଇ ୮୦ହଜାରରେ ପହଞ୍ôଚଯାଇଛି । ଆଉ କେତେକ ଧନୀ ଭାରତୀୟ ମିଳିତ ଭାବେ ବିମାନ କିଣି ଦେଶଛାଡ଼ି ଦୁବାଇ ଯିବାକୁ ଯୋଜନା କରୁଛନ୍ତି । ମୁମ୍ବାଇରୁ ଦୁବାଇ ଯାଉଥିବା ୧୨ସିଟ୍ର ବିମାନଭଡ଼ା ୩୮ହଜାର ଡଲାରରେ ପହଞ୍ôଚଛି । ସେହିପରି ୬ସିଟ୍ର ବିମାନଭଡ଼ା ୩୧ ହଜାର ଡଲାର୍ ହୋଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଯାହା ପାଖରେ ପଇସା ଅଛି ସେ ନିଜକୁ ସୁରକ୍ଷିତ ରଖିପାରିବ । ଆଉ ଗରିବ ଏବଂ ମଧ୍ୟବିତ୍ତମାନେ ଏତେଟଙ୍କା ଆଣିବେ କେଉଁଠୁ? ଦୁବାଇ ଯିବା କଥା ଛାଡ଼ନ୍ତୁ, ହସ୍ପିଟାଲ ଯିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ପଇସା ନାହିଁ । ଦିନକୁ ଦୁଇଓଳି ପିଲାଙ୍କୁ ପେଟପୂରା ଖାଦ୍ୟ ଦେବା ମଧ୍ୟ ବର୍ତ୍ତମାନ ସଂକଟ ସମୟରେ ସମ୍ଭବ ନୁହେଁ । ଲକ୍ଡାଉନ୍ ଏବଂ ସଟ୍ଡାଉନ୍ରେ ନିଜର ଜୀବିକା ହରାଇ ଘରେ ରହିଥିବା ମଣିଷଟିଏ ଯେ କେତେ ଦୁଃଖରେ ଥିବ ସେ କଥା କିଏବା ବୁଝିବ? ନିଜେ ବଞ୍ôଚଲେ ଆପଣା ନ୍ୟାୟରେ ଧନୀଲୋକ ସିନା ଦେଶଛାଡ଼ି ଅନ୍ୟ ଦେଶକୁ ଚାଲିଯାଉଛି । ଯଦି ଅନ୍ୟ ଗ୍ରହରେ ମଧ୍ୟ ଜୀବନର ସତ୍ତା ଥା’ନ୍ତା ସେଠାକୁ ମଧ୍ୟ ସେ ଚାଲିଯିବା ସମ୍ଭବ । ମାତ୍ର ଯାହା ପାଖରେ ପଇସା ନାହିଁ ସେ ଏଠାରେ ଭୋକ, ଉପାସ ଏବଂ କରୋନାରେ ମଧ୍ୟ ତା’ ଜୀବନ ଚାଲିଯାଇପାରେ । ଏଣୁ କଥାରେ ଅଛି ଆବେ ପର୍ଶୁ, ଯାବେ ପର୍ଶୁ, ବାବୁ ପର୍ଶୁରାମ, ପୈସା କ୍ୟା ନ କରେ କାମ୍୍…

Leave A Reply

Your email address will not be published.