ପାରଳାଖେମୁଣ୍ଡି, ୨୫ା୪ : ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ସପ୍ତାହନ୍ତ ସଟ୍ଡାଉନ୍ ନିଷ୍ପତ୍ତି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଓ କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳ ଶନିବାର ଦିନ ସିଲ୍ କରାଯାଇଥିଲା । ଆଜି ଦ୍ୱିତୀୟ ତଥା ଅନ୍ତିମ ଦିବସରେ ଜନସୂନ୍ୟ ଦେଖିବାକୁ ମିଳିଛି । କେବଳ ଅତ୍ୟାବଶ୍ୟକ ସେବା ଯଥା ଔଷଧ ଦୋକାନ ଖୋଲା ରହିଥିବା ବେଳେ ସ୍ୱାସ୍ଥ୍ୟସେବାରେ ନିୟୋଜିତି ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀ ଯାତାୟତ କରୁଥିଲେ । ବିଶେଷ କରି ନାକା ପଏଣ୍ଟ ଗୁଡିକ ଉପରେ କଡା ନଜର ରହିଛି । ଯାତାୟତ କରୁଥିବା ଲୋକଙ୍କୁ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି କୋଭିଡ୍ ପରୀକ୍ଷଣ ଆଦି କରାଯାଉଛି । ସେହିପରି କାଶାନଗର ବିଜ୍ଞାପିତ ପରିଷଦ ଅଞ୍ଚଳରେ ମଧ୍ୟ ଅନୁରୂପ ବ୍ୟବସ୍ଥା ହୋଇଥିବାର ଜଣାଯାଇଛି । ସହର ମଧ୍ୟକୁ ପ୍ରବେଶ କଟକଣା କରାଯାଇ ସମଗ୍ର ସହରର ପୋଲିସର ପଇଁତରା ତଥା ପହରା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଏହାର ନିରୀକ୍ଷା ନିମନ୍ତେ ଊଭୟ ଜିଲ୍ଲାପାଳ ଅନୁପମ ସାହା, ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଉପସ୍ଥି ରହି କଡା ନଜର ରଖିଛନ୍ତି । ଏମାନଙ୍କ ସହ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ସ୍ଥାନକୁ ଯାଇ ପରିଦର୍ଶନ ଓ ନିରୀକ୍ଷଣ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।