ଗଜପତିରେ ପୁଣି ୭୮ ପଜିଟିଭ୍ ଚିହ୍ନଟ

A doctor wearing a protective gear takes a swab from a woman to test for coronavirus disease (COVID-19), in Dharavi, one of Asia's largest slums, in Mumbai, India, April 9, 2020. REUTERS/Francis Mascarenhas
0 123


ପାରଳାଖେମୁଣ୍ଡି, ୨୫ା୪ : ଗଜପତି ଜିଲ୍ଲାରେ କରୋନାର ଦିତ୍ୱୀୟ ଲହରୀର ପ୍ରକୋପ ଜାରି ରହିଛି । ଆଜି ଗୋଟିଏ ଦିନରେ ୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ କେବଳ ପାରଳାଖେମୁଣ୍ଡି ସହରରୁ ୩୮ଜଣ ଚିହ୍ନଟ ହୋଇଛନ୍ତି । ଏପରି ଭାବେ ଦୈନନ୍ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ରବିବାର ଦିନ ଜିଲ୍ଲାରେ ମୋଟ ୭୮ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୪୬୯୨ରେ ପହଞ୍ôଚଛି । ଏହି ୭୮ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ପାରଳାଖେମୁଣ୍ଡି ସହରରୁ ସର୍ବଧିକ ୩୮ଜଣ, ଗୋଷାଣୀ ବ୍ଲକରୁ ୭ଜଣ, ଗୁମ୍ମା ବ୍ଲକରୁ ୩ଜଣ, କାଶୀନଗର ବ୍ଲକରୁ ୯ଜଣ, ମୋହନା ବ୍ଲକରୁ ୮ଜଣ, ନୂଆଗଡ ବ୍ଲକରୁ ୩ଜଣ, ରାୟଗଡ ବ୍ଲକରୁ ୩ଜଣ, ଆର୍.ଉଦୟଗରି ବ୍ଲକରୁ ୫ଜଣ, ଜିଲ୍ଲା ବାହାରୁ ଜଣେ ଏବଂ ଆନ୍ଧ୍ର ପ୍ରଦେଶରୁ ଜଣେ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଚନ୍ତି । ଏହି ସମସ୍ତ ସଂକ୍ରମିତ ନିଜ ନିଜର ଘରୋଇ ସଂଘରୋଧ କିମ୍ବା ଅନ୍ୱେଷା ଠାରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ବ୍ୟକ୍ତି ସେପରି ଜରୁରୀ ଆବଶ୍ୟକତା ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଜିଲ୍ଲାବାସୀଙ୍କୁ ନିବେଦନ କରିବା ସହ ମାସ୍କ ପରିଧାନ ବାଧ୍ୟତାମୂଳକ, ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ଏବଂ ବାରମ୍ବାର ହାତଧୋଇବା ଆଦି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.