ରପ୍ତାନୀକାରୀ ଜିଲ୍ଲାରେ ଅମ୍ଳଜାନ ଅଭାବରୁ ଜଣେ ଆଖି ବୁଜିଲେ

Hospital staff carry the body of a person who died of COVID-19 to a morgue in Mumbai, India, Friday, May 29, 2020. Most of the over 150,000 cases are concentrated in five of India’s 28 states, though an increase in cases has also been reported in some eastern states as migrant workers have begun arriving home from big cities on special trains. (AP Photo/Rajanish Kakade)
0 147

୧୫ ଦିନରେ ଚାରି ମୁଣ୍ଡ ଗଡିଲା


ଅନୁଗୁଳ,ତା୨୫/୪ରିଖ : ଅନ୍ୟ ରାଜ୍ୟକୁ ଅମ୍ଳଜାନ ପଠାଉ ଥିବା ଜିଲ୍ଲାରେ ଅମ୍ଳଜାନର ଅଭାବରେ ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କଥା କେବଳ ସେତିକିରେ ସିମୀତ ନାହିଁ ଜିଲ୍ଲାରେ ଥିବା ଆମ୍ବୁଲାନସ ଗୁଡିକରେ ଯେ ଅମ୍ଳଜାନ ନାହିଁ ତାହା ମଧ୍ୟ ଏହି ଘଟଣାରୁ ପ୍ରମାଣୀତ ହୋଇଛି । ଜିଲ୍ଲାରେ ପର୍ଯ୍ୟାପ୍ତ ଅମ୍ଳଜାନ ଥିବା କହି ତେଲିଆ ପ୍ରଶାସକ ମାନେ ଅନ୍ୟ ରାଜ୍ୟକୁ ଅମ୍ଳଜାନ ପଠାଇ ପଶଂସା ଗୋଟାଉଥିବା ବେଳେ ୨୪ ତାରିଖରେ ବଅଁରପାଳ ବ୍ଲକର ତୁଳସୀପାଳ ଗ୍ରାମର ଜଣେ କରୋନା ଆକ୍ରାନ୍ତ ରୋଗୀ ସାମାନ୍ୟ ଅମ୍ଳଜାନ ଅଭାବରୁ ପ୍ରାଣ ହରାଇଥିବା ଘଟଣା ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ଅନ୍ୟ ରାଜ୍ୟକୁ ଗତ କାଲି ଅମ୍ଳଜାନ ପଠାଉଥିବା ବେଳର ଦୃଶ୍ୟ ପ୍ରକାଶ କରି ଢୋଲ ପିଟୁଥିବା ପ୍ରଶାସକ ମାନେ ଯୁବକର ମୃତ୍ୟୁ ଘଟଣାରେ ମୁଁହ ଲୁଚାଇବାକୁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି । ନିଜ ପଡିଶା ଗାଁର ଘଟଣାରେ ଉପବାଚସ୍ପତି ଙ୍କ ନୀରବତା ବେଶ ରୋଚକ ମୋଡ ନେଇଛି । ଘଟଣାରେ ବୁଦ୍ଧିଜିବୀ ମାନେ ଉଦବେଗ ପ୍ରକାଶ କରିଛନ୍ତି । ନିଜ ଘରେ ସଂଗରୋଧ ଭାବରେ ଥିବା ତପନ ସାହୁ(୩୮) ଗୁରୁତର ହେବା ପରେ ପ୍ରଥମେ ବଅଁରପାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚକିସ୍ରା କେନ୍ଦ୍ରକୁ ଚିକିସ୍ରା ନିମନ୍ତେ ନିଆଯାଇଥିଲା । ରୋଗୀ ର ନିଃସ୍ୱାସ ପ୍ରସ୍ୱାସ ନେବାରେ ସମସ୍ୟା ଥିବା ସତ୍ୱେ ରୋଗୀକୁ ନେଇ ଯାଇଥିବା ଆମ୍ବୁୁଲାନସରେ ଅମ୍ଳଜାନ ସୁବିଧା ନଥିଲା । ରୋଗୀ ଡାକ୍ତରଖାନାରେ ପହଂଚିବାର ଚାଳିଶ ମିନିଟ ପର୍ଯ୍ୟନ୍ତ ସେ ସୁବିଧା ଟିକକ ମିଳି ନଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସବୁ ଠାରୁ ବଡ କଥା ହେଉଛି ବଅଁରପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଟି ମାନ୍ୟବର ଉପବାଚସ୍ପତିଙ୍କ ଘର ନିକଟରେ ଥିବା ବେଳେ ସେଠାରେ ଥିବା ଅବ୍ୟବସ୍ଥା ହିଁ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ସ୍ପଷ୍ଟ ହୋଇ ପଡୁଛି । ମୃତ ତପନର ଘର ପାଂଚଗଡ ନାମରେ ପରିଚିତ ତଥା ଉପବାଚସ୍ପତିଙ୍କ ଦୁର୍ଗ ରେ ଅମ୍ଳଜାନର ଅଭାବ କାରଣରୁ ଜଣକର ମୃତ୍ୟୁ ଘଟଣାକୁ ଉଭୟ ପ୍ରଶାସନ ତଥା ରାଜନୈତିକ ନେତା ଗୁରୁତ୍ୱ ମଧ୍ୟ ଦେଲେ ନାହିଁ ।
କରୋନାର ଦ୍ୱିତୀୟ ଲହର ସମୟରେ ମିଳିଥିବା ସୁତ୍ର ଅନୁଯାୟୀ ଏ ପର୍ଯ୍ୟନ୍ତ ଜଣେ ଆଇନଜିବୀ, ଜଣେ ଛାତ୍ର ନେତା, ଜରପଡା ଥାନା ଅଂଚଳରୁ ସମ୍ବଲପୁର ଜିଲ୍ଲାରେ କାର୍ଯ୍ୟରତ ଜଣେ କର୍ମଚାରୀ ଙ୍କ ମୃତ୍ୟୁ ହେବା ପରେ ତପନ ସାହୁଙ୍କୁ ମିଶାଇମୋଟ ଚାରିଜଣ ଙ୍କ ଜୀବନ ଚାଲି
ଗଲାଣି । ଏହା ବାଦ ସୁଚନା ମୁତାବକ ଦୁଇ ଜଣ ଗୁରୁତର ଅବସ୍ଥାରେ ଏବେ ଭେଂଟିଲେଟରରେ ଚିକିସ୍ରୀତ ହେଉଥିବା ଖବର ହସ୍ତଗତ ହୋଇଛି । ଜିଲ୍ଲାରେ ସଂକ୍ରମଣ କାରୀଙ୍କ ସଂଖ୍ୟା ତବିବାର ଚିହ୍ନଟ କରା ଯାଇଥିବା ପ୍ରକାଶ । ପଂଚାୟତ ଗୁଡିକରେ ସଂଗରୋଧ କେନ୍ଦ୍ର ନଥିବା ବେଳେ ନିଜ ଘରେ ସଂଗରୋଧ ବ୍ୟବସ୍ଥା ନଥିବା ଯୋଗୁ ସଂକ୍ରମଣକାରୀ ବାହାରେ ବୁଲା ବୁଲି କରୁଥିବା ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି । ସଂକ୍ରମଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂଗରୋଧ କେନ୍ଦ୍ର ସ୍ଥାପନ ନେଇ କୌଣସି ସରକାରୀ ନିର୍ଦ୍ଦେଶ ପହଂଚି ନାହିଁ ।

Leave A Reply

Your email address will not be published.