ଦିଲ୍ଲୀରେ ୪ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

117

ନୂଆଦିଲ୍ଲୀ : ଦିନକୁ ଦିନ ଦିଲ୍ଲୀରେ ବଢି ଚାଲିଛି କରୋନା ସଂକ୍ରମଣ । ଏପଟେ ପରିସ୍ଥିତିକୁ ଅଧିକ ଜଟିଳ କରିଛି ମେଡିକାଲରେ ବେଡ୍ ଓ ଅକ୍ସିଜେନ୍ ଅଭାବ । ସମସ୍ତ ଦିଲ୍ଲୀବାସୀ ଓ ପ୍ରବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆତଙ୍କ । ଏହାରି ଭିତରେ ଚାରିଜଣ ଓଡ଼ିଆଙ୍କ ମଧ୍ୟ ଦିଲ୍ଲୀରେ ମୃତ୍ୟୁ ହୋଇଛି । ଏନେଇ ଦିଲ୍ଲୀରେ ଓଡ଼ିଆଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସ୍ଥାନୀୟ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି । କରୋନା ପାଇଁ ଦିଲ୍ଲୀର ଦୟନୀୟ ପରିସ୍ଥିତି । ଭୂତାଣୁ ଭୟରେ ସବୁଠି ହାହାକାର । ଦେଶର ରାଜଧାନୀରେ ଚାଲି ଗଲା ଚାରି ଚାରି ଜଣ ଓଡ଼ିଆ ପ୍ରବାସୀଙ୍କ ଜୀବନ । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛି ଦିଲ୍ଲୀ ଓଡ଼ିଆ ମହାମଞ୍ଚ ଏବଂ ବୁଦ୍ଧିଜୀବୀ ସଂଗଠନ । ଏଭଳି ପରିସ୍ଥିତିରେ ଓଡ଼ିଶା ସରକାର ଭଳି ଦିଲ୍ଲୀ ସରକାର ଓଡ଼ିଆଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।

Comments are closed.