ଦିଲ୍ଲୀରେ ହାହାକାର, ଶ୍ମଶାନରେ ଜାଗା ନାହିଁ : ପାର୍କରେ ଅନ୍ତିମ ସଂସ୍କାର

138

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ଆତଙ୍କ ଜାରି ରହିଛି । ପ୍ରତିଦିନ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ସହିତ କରୋନା କବଳରେ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି । ପରିସ୍ଥିତି ଏତେ ବିଗିଡ଼ିଲାଣି ଯେ, ଶବକୁ ଜାଳିବା ପାଇଁ ଶ୍ମଶାନରେ ଲମ୍ବା ଲାଇନ ଲାଗିଛି । ଦିଲ୍ଲୀର ସରାଇ କାଲେ ଖାନ୍ରେ ପରିସ୍ଥିତି ଏପରି ଅଛି ଯେ ମୃତ ଶରୀରଗୁଡ଼ିକର ପାର୍କରେ ଅନ୍ତିମ ସଂସ୍କାର କରାଯାଉଛି । ଦିଲ୍ଲୀର ସରାୟ କାଲେ ଖାନରେ ଶ୍ମଣାନ ଅଛି, କିନ୍ତୁ ପ୍ରତିଦିନ କରୋନାରେ ଏତେ ସଂଖ୍ୟାରେ ମୃତ୍ୟୁ ହେଉଛି ଯେ ସେଠାରେ ସମସ୍ତଙ୍କ ଶବ ସଂସ୍କାର କରିବା ସମ୍ଭବପର ହେଉନାହିଁ ।

ସେଥିପାଇଁ ସରାୟ କାଲେ ଖାନରେ ଥିବା ଏକ ସବୁଜିମା ପାର୍କରେ ଯେଉଁଠାକୁ ଲୋକମାନେ ବୁଲିବା ପାଇଁ ଆସନ୍ତି, ସେଠାରେ ମୃତକଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ବ୍ୟବସ୍ଥା କରାଯାଉଛି । ସରାୟ କାଲେ ଖାନରେ ଥିବା ପାର୍କରେ ଶବ ସଂସ୍କାର ପାଇଁ ନୂଆ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ସେଠାରେ ୨୦ଟି ପ୍ଲାଟ୍ଫର୍ମ ପ୍ରସ୍ତୁତ କରାଯାଉଛି । ପାର୍କର ଅନ୍ୟପାଶ୍ୱର୍ରେ ୫୦ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି । ପ୍ଲାଟ୍ଫର୍ମ ପ୍ରସ୍ତୁତ କରୁଥିବା ଠିକାଦାରଙ୍କ କହିବା ଅନୁଯାୟୀ, ଏତେ ମାତ୍ରାରେ ଶବ ଆସୁଛି ଯେ, ଶ୍ମଶାନ ଘାଟରେ ତାଙ୍କୁ ସଂସ୍କାର କରିବାକୁ ଜାଗାର ଅଭାବ ରହୁଛି । ସେଥିପାଇଁ ପାର୍କରେ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି । ଏପରିକି ଶବ ସଂସ୍କାର କରିବା ପାଇଁ ପ୍ଲାଟଫର୍ମ ସହ ଏହାକୁ ଜାଳିବା ପାଇଁ କାଠର ମଧ୍ୟ ଘୋର ଅଭାବ ଥିବା ଠିକାଦାର ଜଣଙ୍କ କହିଛନ୍ତି ।

ବଢ଼ିଲା ଲକ୍ଡାଉନ୍ ଅବଧି : ମେ’ ୩ ଯାଏ କଟକଣା

ଦିଲ୍ଲୀରେ ବୃଦ୍ଧି ହେଲା ଲକଡାଉନ୍ ଅବଧି । ଦିଲ୍ଲୀରେ ଲାଗିଥିବା ଆସନ୍ତାକାଲି ସକାଳେ ସରୁଥିବା ବେଳେ ସରକାର ପୁଣି ଲକ୍ଡାଉନକୁ ସପ୍ତାହେ ବଢ଼ାଇଛନ୍ତି । ମେ’ ୩ ସକାଳ ୫ଟା ଯାଏ ଜାତୀୟ ରାଜଧାନୀ ଦିଲ୍ଲୀରେ ଲକ୍ଡାଉନ୍ କଟକଣା ବଳବତ୍ତର ରହିବ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି । ଏଥିସହ ଦିଲ୍ଲୀରେ ଏବେ ବି ଅକ୍ସିଜେନ୍ ଅଭାବ ଲାଗି ରହିଥିବା କହିଛନ୍ତି କେଜ୍ରିୱାଲ୍ ।

କରୋନା ସଂକ୍ରମଣରୁ ମୁକୁଳିବା ଲାଗି ଲକ୍ଡାଉନ୍ ହିଁ ଏକମାତ୍ର ଶେଷ ବିକଳ୍ପ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସଂକ୍ରମଣ ବଢ଼ୁଥିବାବେଳେ ଲକ୍ଡାଉନ୍ ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ ବୋଲି କେଜ୍ରିୱାଲ୍ କହିଛନ୍ତି । ଲକ୍ଡାଉନ୍ ସମୟରେ ଦିଲ୍ଲୀରେ ସଂକ୍ରମଣ ହାର ୩୬ରୁ ୩୭ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଗତ ଦୁଇ ତିନିଦିନରେ ସଂକ୍ରମଣ ଅଳ୍ପ ଖସିଥିବା ବେଳେ ଆଜି ଦୈନିକ ସଂକ୍ରମଣ ମାମଲା ୩୦ ପ୍ରତିଶତ ତଳକୁ ଖସିଛି ।

କେଜ୍ରିୱାଲ୍ କହିଛନ୍ତି,ଦିଲ୍ଲୀକୁ ୭୦୦ ଟନ୍ ଅକ୍ସିଜେନ୍ ଆବଶ୍ୟକ । ଆମକୁ କେନ୍ଦ୍ର ସରକାର କେବଳ ୪୮୦ ଟନ୍ ଅକ୍ସିଜେନ୍ ଦେଉଛନ୍ତି । କାଲି କେନ୍ଦ୍ର ୧୦ ଟନ୍ ଦେଇଥିବା ବେଳେ ଏବେ ଯାଏଁ ଦିଲ୍ଲୀକୁ ୪୯୦ ଟନ୍ ଅକ୍ସିଜେନ୍ ମିଳିଛି । ତେବେ ସମସ୍ତ ଆବଣ୍ଟନ ଦିଲ୍ଲୀକୁ ଆସୁନାହିଁ । ଗତକାଲି ୩୩୦ରୁ ୩୩୫ ଟନ୍ ଅକ୍ସିଜେନ୍ ଦିଲ୍ଲୀ ଆସିଛି । ଅକ୍ସିଜେନ୍ର ଉତ୍ତମ ଯୋଗାଣ ପାଇଁ ସରକାର ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଉତ୍ପାଦକଙ୍କଠାରୁ ନେଇ ହସ୍ପିଟାଲ୍ ସମସ୍ତେ ପ୍ରତି ୨ ଘଣ୍ଟାରେ ଅକ୍ସିଜେନ୍ ସ୍ଥିତି ନେଇ ସୂଚନା ଦେବେ ।ତେବେ କେନ୍ଦ୍ର ସରକାରଙ୍କ ସହ ମିଶି ରାଜ୍ୟ କାମ କରୁଥିବା କହିଛନ୍ତି କେଜ୍ରିୱାଲ୍ ।

Comments are closed.