ରାଜ୍ୟରେ ଆଜି ୬୫୯୯ ନୂଆ ପଜିଟିଭ ଚିହ୍ନଟ

0 124

ଭୁବନେଶ୍ୱର : ରାଜ୍ୟରେ ଗତକାଲି ରାଜ୍ୟରେ ଆଜି ୬୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୬୫୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୭୭୨ଜଣ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬କୁ ବୃଦ୍ଧି ପାଇଛି । ସେହିପରି କରୋନାକୁ ମାତ ଦେଇ ୩ଲକ୍ଷ ୬୨ ହଜାର ୯୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବଂ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୯ ହଜାର ୭୫। ତେବେ ଗତକାଲି ଭଳି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ୬୫୯୯ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୫୮, ନୂଆପଡ଼ାରୁ ୫୫୧,କଳାହାଣ୍ଡିରୁ ୫୧୮, କଟକ- ୪୮୮, ଝାରସୁଗୁଡ଼ାରୁ ୪୩୬,ସୁନ୍ଦରଗଡ଼ରୁ- ୪୩୪, ଗଞ୍ଜାମରୁ ୩୨୩, ଯାଜପୁରରୁ ୨୩୭, ସମ୍ବଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବରଗଡ଼ରୁ ୨୦୩, ଅନୁଗୁଳରୁ ୧୮୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ ୧୮୦, କେନ୍ଦୁଝରରୁ ୧୬୬, ପୁରୀରୁ ୧୪୫, ବାଲେଶ୍ୱରରୁ ୧୩୭, ସୁବର୍ଣ୍ଣପୁରରୁ ୧୨୯, ରାୟଗଡ଼ାରୁ ୧୧୭, ବଲାଙ୍ଗିରରୁ ୯୮, ଜଗତସିଂହପୁରରୁ ୯୩, ନୟାଗଡ଼ରୁ ୯୧, ଭଦ୍ରକରୁ ୮୭, ଗଜପତିରୁ ୮୧, ବୌଦ୍ଧରୁ ୭୦, କୋରାପୁଟରୁ ୬୯, କେନ୍ଦ୍ରାପଡାରୁ ୩୮, ଦେବଗଡ଼ରୁ ୩୮, କନ୍ଧମାଳରୁ ୩୫, ମାଲକାନଗିରିରୁ ୨୨, ଢେଙ୍କାନାଳରୁ ୨୦ଓ ଷ୍ଟେଟପୁଲ ୨୦୧ ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.