ଅନୁଗୁଳରେ କରୋନା ଟୀକା ଅଭାବ!

0 133

ଅନୁଗୁଳ,ତା୨୬/୪ରିଖ, ଅନୁଗୁଳ ଜିଲ୍ଲାରେ କରୋନା ଟୀକାର ଅଭାବ ପରିଲକ୍ଷୀତ ହୋଇଛି । ଜିଲ୍ଲା ମୁଖ୍ୟ ଚିକିସ୍ରା କେନ୍ଦ୍ରରେ ଟୀକା ଦାୟିତ୍ୱରେ ଥିବା ଡାକ୍ତର ଧନଂଜୟ ବେହେରା ଙ୍କ ସୁତ୍ରରୁ ମିଳିଥିବା ତଥ୍ୟ ମୁତାବକ ସୋମବାର ଜିଲ୍ଲାକୁ ମୋଟ ୫୪୦୦ କରୋନା ଟୀକା ମିଳିଥିଲା ।ସେଥି ମଧ୍ୟରୁ ୪୩୦୦ ଟୀକାକୁ ଜିଲ୍ଲାର ସମସ୍ତ ଆଠ ଟି ବ୍ଲକରେ ଥୀବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିସ୍ରା କେନ୍ଦ୍ର ଏବଂ ଅନ୍ୟ ସମସ୍ତ ଉପଖଣ୍ଡରେ ଥିବା ଚିକସ୍ରା କେନ୍ଦ୍ରକୁ ସୋମବାର ଯୋଗେଇ ଦିଆ ଯାଇଛି । ଏତଦ ବ୍ୟତୀତ ନାଲକୋ ଏବଂ କେତେକ ଘରୋଇ ନର୍ସିଂ ହୋମ କୁ ମଧ୍ୟ କିଛି ଟୀକା ଯୋଗେଇ ଦିଆଯାଇଥିବା ପ୍ରକାଶ । ଜିଲ୍ଲାର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ ନ୍ଦ୍ର ଗୁଡିକରେ ସୋମବାର ଟୀକା ନେବାକୁ ଲୋକ ମାନଙ୍କ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଥିଲା । ଟୀକା ନେବାକୁ ପହଂଚିଥିବା ଲୋକଙ୍କ ସଂଖ୍ୟା ତୁଳନାରେ କେତେକ କେନ୍ଦ୍ରରେ କମ ଟୀକା ଥିବା ଯୋଗୁ କିଛି ଲୋକଙ୍କୁ ନିରାଶ ହେବାକୁ ପଡିଥିଲା । ବିଭିନ୍ନ ଗ୍ରାମାଂଚଳରୁ ଟୀକା ନେବାକୁ ବିଭିନ୍ନ କେନ୍ଦ୍ରେରେ ପହଂଚିଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଯୋଉମାନଙ୍କୁ ଟୀକା ମିଳି ନଥିଲା ସେମାନେ ଅଶନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରବଳ ଖରାରରେ ସେମାନେ ନିରାଶ ହୋଇ ଘରକୁ ଫେରିବା ବ୍ୟତୀତ ଅନ୍ୟ ପନ୍ଥା ନଥିଲା ବୋଲି ଟୀକା ପାଇବାରୁ ବଂଚିତ ହୋଇଥିବା କିଛି ବରିଷ୍ଠ ନାଗରୀକ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟକି ଟୀକା କରଣର ପ୍ରଥମ ମାସରେ ସେଭଳି କିଛି ଭୀଡ ପରିଲକ୍ଷୀତ ହୋଇ ନଥିବା ବେଳେ କରୋନାର ଦ୍ୱିତୀୟ ଲହର ପରେ ଲୋକ ମାନଙ୍କ ଭୀଡ ବଢିଛି । କିନ୍ତୁ ସେତିକି ପରିମାଣରେ ଟୀକା ଜିଲ୍ଲାକୁ ସରକାର ଯୋଗେଇ ଦେବାରେ ବିଫଳ ହୋଇ ଥିବା ସୋମବାରର ଚିତ୍ର ରୁ ଜଣା ପଡିଛି । ଆଗକୁ ମାଇ ମାସ ପ୍ରଥମ ରୁ ସମସ୍ତ ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଟୀକା ନେବାପାଇଁ ଘୋଷଣା ହୋଇଥିବା ବେଳେ ପ୍ରତିଦିନ କେନ୍ଦ୍ର ଗୁଡିକରେ ଭୀଡ ସଂଖ୍ୟା ବୃଦ୍ଧି ପାଇବାର ସଂଭାବନା ରହିଛି । ସେଥିପାଇଁ କେନ୍ଦ୍ର ଗୁଡିକରେ ପର୍ଯ୍ୟାପ୍ତ ଟୀକା ନ ମିଳିଲେ ଜନ ଅଶନ୍ତୋଷ ଦେଖା ଦେଇପାରେ । ଅନୁସଂଧାନରୁ ଜଣା ପଡିଛି ଯେ ଜିଲ୍ଲାର ବନ୍ତଳା, ଗୋଡିବନ୍ଧ, ବଅଁରପାଳ, କୋଶଳା ଆଦି ଗୋଷ୍ଠି ସ୍ାସ୍ଥ୍ୟ କେନ୍ଦ୍ର ଗୁଡିକୁ ସୋମବାର ପ୍ରତ୍ୟକ କେନ୍ଦ୍ର କୁ ଆପାତତଃ ୨୦୦ ଲେଖାଏଁ କରୋନା ଟୀକା ଯୋଗେଇ ଦିଆଯାଇଥିବା ବେଳେ କେତେକ କେନ୍ଦ୍ରରେ ତାହା ଆବଶ୍ୟକତା କୁ ପୁରଣ କରିପାରି ନଥିଲା । ଜିଲ୍ଲାକୁ ସୋମବାର ମିଳିଥିବା ଟୀକା ସରିଯାଇଥିବା ବେଳେ ଏବେ ମଙ୍ଗଳବାର ଦିନ ଟୀକା ଆସିବ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନାହିଁ । ଏପରି ଅନିଶ୍ଚିତତା ମଧ୍ୟରେ ସରକାରଙ୍କ ଟୀକା ଯୋଗାଣ କାର୍ଯ୍ୟ ସନ୍ଦିହାନ ସୃଷ୍ଟି କରିଛି ।

Leave A Reply

Your email address will not be published.