ଭୁବନେଶ୍ୱର : ଫୁଲବାଣୀର ପୂର୍ବତନ ଲୋକସଭା ସାଂସଦ ସୁଗ୍ରୀବ ସିଂ ଙ୍କର ୫୮ ବର୍ଷ ବୟସରେ କରୋନାରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଅସୁସ୍ଥ ସସୁଗ୍ରୀବ ସିଂଙ୍କୁ ଗତ ଶନିବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ କରୋନା ପଜିଟିଭ୍ ଥିଲେ । ସୋମବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ । ତାଙ୍କ ମୃତ୍ୟୁରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ ୧୯୬୩ ଅଗଷ୍ଟ ୧ ତାରିଖରେ ଫୁଲବାଣୀ ଠାରେ ଜନ୍ମଗ୍ରହଣ କରିଥିବା ସୁଗ୍ରୀବ ସିଂହ ସାମ୍ବାଦିକ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ରାଜନୀତିରେ ଯୋଗ ଦେଇ ଫୁଲବାଣଈ ଏନଏସି ଚେୟାରମ୍ୟାନ ୍ ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୦୪ରେ ବିଜେଡି ଟିକେଟ୍ ରେ ସେ ଫୁଲବାଣୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ ।
Comments are closed.