ଅକ୍ସିଜେନ୍ ହବ୍ ଓଡ଼ିଶା : ଜାତୀୟ ଗଣମାଧ୍ୟମରେ ପୁଣି ନବୀନଙ୍କୁ ପ୍ରଶଂସା

93

ଭୁବନେଶ୍ୱର : ଦେଶର ଅକ୍ସିଜେନ୍ ହବ୍ ପାଲଟିଛି ଓଡ଼ିଶା । ୭ଟି ରାଜ୍ୟକୁ ବିପଦ ସମୟରେ ସଞ୍ଜିବନୀ ପଠାଇ ମହନୀୟତାର ପରିଚୟ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଥାରେ ନୁହେଁ କାମରେ ବିଶ୍ୱାସ କରୁଥିବା ନବୀନଙ୍କୁ ଜାତୀୟ ଗଣମାଧ୍ୟମରେ ପୁଣିଥରେ ପ୍ରଶଂସା କରାଯାଇଛି । ଏବିପି ନ୍ୟୁଜ୍ ର ପ୍ରମୁଖ ସମ୍ବାଦଦାତା ଟୁଇଟରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏକ ଟ୍ୱିଟ୍ କରି ସେ କହିଛନ୍ତି, ବୈଦ୍ୟୁତିକ ଗଣମାଧ୍ୟମରେ ଅଯଥା ବୟାନବାଜି କିମ୍ବା କେନ୍ଦ୍ର ସହ ତାଳମେଳର ଡ୍ରାମା କରୁଥିବା କେବେ ବି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନଜରକୁ ଆସନ୍ତି ନାହିଁ । ମୁଖ୍ୟମନ୍ତ୍ରୀଙ୍କର ଏହି ଆଭିମୁଖ୍ୟ ଓ ନୀତିକୁ ସେ ପ୍ରଶଂସା କରିଛନ୍ତି ।

ନବୀନ ସବୁବେଳେ କୁହନ୍ତି, ସେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ଆଉ ବିଭିନ୍ନ କ୍ଷେତ୍ରରେ ତାଙ୍କର ଏହି ଉକ୍ତିକୁ ସେ ନିଜେ ଚରିତାର୍ଥ କରିଛନ୍ତି । ଦେଶରେ ଅକ୍ସିଜେନ ଅଭାବକୁ ନେଇ ବିଭିନ୍ନ ରାଜନୈତିକ ଦଳ ଗଣମାଧ୍ୟମରେ ବୟାନବାଜିରେ ବ୍ୟସ୍ତ ଥିବାବେଳେ ସେ ମାନବିକତା ଦେଖାଇଛନ୍ତି । ଯେଉଁ ରାଜ୍ୟଗୁଡ଼ିକ ଅକ୍ସିଜେନ ସଂକଟ ଦେଇ ଗତିକରୁଥିଲେ ସେମାନଙ୍କୁ ନିୟମିତ ଟ୍ୟାଙ୍କର ଯୋଗେ ଅକ୍ସିଜେନ ପଠାଇ ଚାଲିଛି ଓଡ଼ିଶା । ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ହରିୟାନା ଓ ଅନ୍ୟ ରାଜ୍ୟଗୁଡିକୁ ୫୧୦ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଇଥିବା ନେଇ ଏବିପି ସମ୍ବାଦଦାତା ନିଜ ଟୁଇଟରରେ ପୋଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

Comments are closed.