ଭୁବନେଶ୍ୱର : ରେଡ୍ ଜୋନ୍ ରେ ଅଧା ଓଡ଼ିଶା । ରାଜ୍ୟର ୩୦ରୁ ୧୫ ଜିଲ୍ଲା ଏବେ ରେଡ୍ଜୋନ୍ରେ । ପୂର୍ବରୁ ରେଡ୍ଜୋନ୍ ତାଲିକାରେ ୧୨ଟି ଜିଲ୍ଲା ଥିବାବେଳେ ଏହି ତାଲିକାରେ ଯୋଡି ହୋଇଯାଇଛି ଗଞ୍ଜାମ, ଅନୁଗୁଳ ଓ ମୟୂରଭଞ୍ଜ । ରାଜ୍ୟର ଦୈନିକ ସଂକ୍ରମଣ ୭ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଙ୍ଗରୋଧ କେନ୍ଦ୍ରରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୭୭୨ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୮୭ ଜଣ, ବାଲେଶ୍ୱରରୁ ୧୩୭ ଜଣ, ବରଗଡ଼ରୁ ୨୦୩ ଜଣ, ଭଦ୍ରକରୁ ୮୭ ଜଣ,ବଲାଙ୍ଗୀରରୁ ୯୮ ଜଣ, ବୌଦ୍ଧରୁ ୭୦ ଜଣ, କଟକରୁ ୪୮୮ ଜଣ, ଦେବଗଡରୁ ୩୮ ଜଣ, ଢେଙ୍କାନାଳରୁ ୨୦ ଜଣ, ଗଜପତିରୁ ୮୧ ଜଣ, ଗଞ୍ଜାମରୁ ୩୨୩ ଜଣ, ଜଗତସିଂହପୁରରୁ ୯୩ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୨୩୭ ଜଣ, ଝାରସୁଗୁଡ଼ାରୁ ୪୩୬ ଜଣ,କଳାହାଣ୍ଡିରୁ ୫୨୮ ଜଣ, କନ୍ଧମାଳରୁ ୩୫ ଜଣ. କେନ୍ଦ୍ରାପଡ଼ାରୁ ୩୮ଜଣ, କେନ୍ଦୁଝରରୁ ୧୬୬ ଜଣ,ଖୋର୍ଦ୍ଧାରୁ ୯୫୮ ଜଣ, କୋରାପୁଟରୁ ୬୯ ଜଣ, ମାଲକାନଗିରିରୁ ୨୨ ଜଣ, ମୟୁରଭଞ୍ଜରୁ ୧୮୦ ଜଣ, ନବରଙ୍ଗପୁର ୨୨୧ ଜଣ, ନୟାଗଡ଼ରୁ ୯୧ ଜଣ, ନୂଆପଡ଼ାରୁ ୫୫୧ ଜଣ, ପୁରୀରୁ ୧୪୫ ଜଣ, ରାୟଗଡ଼ାରୁ ୧୧୭ ଜଣ,ସମ୍ବଲପୁରରୁ ୨୨୬ ଜଣ, ସୋନପୁରରୁ ୧୨୯ ଜଣ, ସୁନ୍ଦରଗଡ଼ରୁ ୪୩୪ ଜଣ ଓ ଷ୍ଟେଟ ପୁଲରୁ ୨୦୧ ଜଣ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୬୪ ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ୪୧୪୦୫୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ୪୯୦୭୫ ଜଣ ସକ୍ରିୟ ମାମଲା ରହିଛି । ପଶ୍ଚିମଓଡ଼ିଶାର ଅଧିକାଂଶ ଜିଲ୍ଲା ରେଡ୍ଜୋନ୍ରେ ଅଛି । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଗଞ୍ଜାମ ଓ ମୟୂରଭଞ୍ଜ ରେଡ୍ଜୋନ୍ରେ ରହିଛି । ସେହିପରି କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ନୟାଗଡ଼ ଓ ରାୟଗଡ଼ା ୟେଲୋ ଜୋନ୍ ରେ ରହିଛନ୍ତି ।
Comments are closed.