ନୂଆଦିଲ୍ଲୀ : କରୋନା କୋପରେ ଦିନକୁ ଦିନ ଭାରତ ଅଧିକରୁ ଅଧିକ ପ୍ରଭାବିତ ହେଉଛି । ପ୍ରତିଦିନ ଏବେ ୩ ଲକ୍ଷ ଉପର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସ୍ଥିତି ଶୋଚନୀୟ ହୋଇପଡ଼ିଥିବା ବେଳେ ଭାରତକୁ ସହଯୋଗ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଆମେରିକା, ଜର୍ମାନୀ, ଇସ୍ରାଏଲ, ଫ୍ରାନ୍ସ ଆଦି ଅନେକ ଦେଶ ।
ଏହି କ୍ରମରେ ଏବେ ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ଗୁଗୁଲ ମଧ୍ୟ ଭାରତକୁ ସହଯୋଗର ହାତ ବଢ଼ାଇଛି । ଭାରତୀୟ ବଂଶୋଦ୍ଭବ ତଥା ଗୁଗୁଲର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତରେ କୋଭିଡ ମହାମାରୀର ସ୍ଥିତି ଚିନ୍ତାଜନକ । ଗୁଗୁଲ ଏବଂ ଗୁଗୁଲରେ କାମ କରୁଥିବା କର୍ମଚାରୀ ମିଶି ୧୩୫ କୋଟି ଟଙ୍କାର
ସହାୟତା ରାଶି ପଠାଇଛନ୍ତି ।
ଏଥିରେ ଗୁଗୁଲର ଦୁଇଟି କମ୍ପାନୀ ରହିଛି । ଗୋଟିଏ ଏବଂ ଗୁଗୁଲର ସହଯୋଗୀ କମ୍ପାନୀ (୨୦ କୋଟି) । ଗୁଗୁଲ ଏହି ଟଙ୍କା ନାମକ ଏନଜିଓକୁ ଦେଇଛି । ଯେଉଁମାନେ କୋଭିଡରେ ପ୍ରଭାବିତ ହୋଇ ସର୍ବସ୍ୱାନ୍ତ ହୋଇଛନ୍ତି ସେମାନଙ୍କୁ ସହାୟତା ଯୋଗାଇବ । ସେହିପରି ୧୩୫ କୋଟିରୁ କିଛି ଟଙ୍କା ୟୁନିସେଫକୁ ଦେଇଛି ଗୁଗୁଲ । ଏହି ଟଙ୍କା ଜରିଆରେ ୟୁନିସେଫ ଭାରତକୁ ସ୍ୱାସ୍ଥ୍ୟ ଉପକରଣ ପଠାଇବ । ଯେଉଁଥିରେ ଅକ୍ସିଜେନ, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଉପକରଣ ରହିଛି । ପିଚାଇଙ୍କ ସୂଚନା ଅନୁଯାୟୀ ଗୁଗୁଲର ୯୦୦ କର୍ମଚାରୀ ମିଶି ଭାରତ ପାଇଁ ୩.୭ କୋଟି ଟଙ୍କାର ସହାୟତା ଦେଇଛନ୍ତି । ସେହିପରି ମାଇକ୍ରୋସଫ୍ଟର ସିଇଓ ମଧ୍ୟ ସତ୍ୟ ନାଡେଲା ମଧ୍ୟ ଭାରତର ସ୍ଥିତିକୁ ଦେଖି ଚିନ୍ତାବ୍ୟକ୍ତ କରିଛନ୍ତି ।
ଆମେରିକା ସରକାର ଭାରତକୁ ସହ ଯୋଗ କରୁଛନ୍ତି । ମାଇକ୍ରୋସଫ୍ଟ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ରାଜି ଅଛି । ଏଭଳି ସ୍ଥିତିରେ ଅକ୍ସିଜେନ ଏବଂ ଅନ୍ୟାନ୍ୟ ଉପକରଣ ପଠାଇବା ସହିତ ସମସ୍ତ ପ୍ରକାର ବୈଷୟିକ ସହାୟତା କରିବ ବୋଲି ଏହି ଭାରତୀୟ ବଂଶୋଦ୍ଭବ କହିଛନ୍ତି ।
Comments are closed.