ଖୋଲିବ ବେଦାନ୍ତର ଷ୍ଟେରଲାଇଟ୍ ପ୍ଲାଣ୍ଟ, ଦୂର ହେବ ଅକ୍ସିଜେନ୍ ସମସ୍ୟା

0 138

ଚେନ୍ନାଇ, ୨୭ ।୪ : ଚେନ୍ନାଇରେ ବେଦାନ୍ତର ଷ୍ଟେରଲାଇଟ୍ ପ୍ଲାଣ୍ଟ ଖୋଲିବ । ଦେଶରେ ଅକ୍ସିଜେନର ଅଭାବ ରହିଛି । ଅକ୍ସିଜେନ ଏବେ ଜାତୀୟ ଆବଶ୍ୟକତା ତେଣୁ ଏହି ପ୍ଲାଣ୍ଟ ଏବେ ଅକ୍ସିଜେନ ତିଆରି କରିବ । ସୁପ୍ରିମକୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦୂଷଣ ଏବଂ ବିଭିନ୍ନ କାରଣ ପାଇଁ ବେଦାନ୍ତର ଏହି ପ୍ଲାଣ୍ଟକୁ ୨୦୧୮ରେ ମାଡ୍ରାସ ହାଇକୋର୍ଟ ବନ୍ଦ କରି ଦେଇଥିଲେ । ତାମିଲନାଡୁର ତୁରିକେନରେ ଏହି ପ୍ଲାଣ୍ଟ ରହିଛି । ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା ଏବଂ ଅନ୍ୟାନ୍ୟ ପକ୍ଷ ମୁହାମୁହିଁ ହୋଇଥିଲେ । କିନ୍ତୁ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଶୁଣାଣି କରି କହିଛନ୍ତି, ଆମେ ଏବେ ବିପଦରେ ରହିଛୁ । ତେଣୁ ଏହାକୁ ରାଜନୀତିକ ପ୍ରସଙ୍ଗ କରାଯାଇ ପାରିବନି । ଆମକୁ ଆମ ଦେଶକୁ ସମର୍ଥନ କରିବାକୁ ଯାଇ ଏହି ପ୍ଲାଣ୍ଟ ଖୋଲିବାକୁ ହେବ । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସଂପୃକ୍ତ କମ୍ପାନୀ ଅକ୍ସିଜେନ ପ୍ଲାଣ୍ଟ ଛଡ଼ା ଆଉ କୌଣସି ପ୍ଲାଣ୍ଟ ଖୋଲିପାରିବେ ନାହିଁ ବୋଲି ଜଷ୍ଟିସ ଚନ୍ଦ୍ରଚୁଡ କହିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ପ୍ଲାଣ୍ଟରୁ ଯେଉଁ ଅକ୍ସିଜେନ ତିଆରି ହେବ କମ୍ପାନୀ କେନ୍ଦ୍ରକୁ ଦେବା ଦରକାର । ଏଭଳି ହେଲେ କେନ୍ଦ୍ର ସମସ୍ତ ରାଜ୍ୟକୁ ଆବଶ୍ୟକ ଅନୁଯାୟୀ ଅକ୍ସିଜେନ ବାଣ୍ଟିପାରିବ । ବେଦାନ୍ତ ପକ୍ଷରୁ ଦେଶରେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ପକ୍ଷ ରଖି କହିଛନ୍ତି, ଏହି କମ୍ପାନୀ ଆବଶ୍ୟକ ଲୋକଙ୍କ ପାଇଁ କେବଳ ଅକ୍ସିଜେନ ତିଆରି କରିବ । ଆଉ କମ୍ପାନୀ ମାଗଣାରେ ଏହି ଅକ୍ସିଜେନ ଦେବ । ଆଗାମୀ ୧୦ ଦିନ ମଧ୍ୟରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେବଳ ଅକ୍ସିଜେନ ପ୍ଲାଣ୍ଟ ଚାଲିବ ପାୱାର ପ୍ଲାଣ୍ଟ ଚାଲିବ ନାହିଁ । କମ୍ପାନୀ ଚାଲିବା ପାଇଁ ରାଜ୍ୟ ସରକାର ବିଦ୍ୟୁତ ଯୋଗାଇ ଦେବେ । ତେବେ ବରିଷ୍ଠ ଓକିଲ କଲିନ୍ ଗୋନସାଲଭେସ ଷ୍ଟେରଲାଇଟ୍ ଗ୍ୟାସ୍ ଲିକର ଜଣେ ପୀଡିତଙ୍କ ପକ୍ଷ ରଖି କହିଥିଲେ, ଏହି କମ୍ପାନୀ ଜଣେ ଅଭ୍ୟାସଗତ ବେପରୁଆ କମ୍ପାନୀ । ଏହାପରେ ଜଷ୍ଟିସ୍ ଚନ୍ଦ୍ରଚୂଡ କୁହିଛନ୍ତି, ଏବେ ମାଡ୍ରାସ୍ ହାଇକୋର୍ଟଙ୍କ ଅର୍ଡର ବିରୋଧରେ ଶୁଣାଣି କରାଯାଉ ନାହିଁ । ଦେଶକୁ ଅକ୍ସିଜେନର ଆବଶ୍ୟକତା ରହିଛି । ତେଣୁ ଏହି ପ୍ଲାଣ୍ଟକୁ ଚଳାଇବାକୁ ଅନୁମତି ଦିଆଗଲା । ସୂଚନାଯୋଗ୍ୟ ସାରା ଦେଶରେ ଅକ୍ସିଜେନରେ ଅଭାବ ମଧ୍ୟ ରହିଛି । ତେଣୁ ଟୁଟିକୋରିନରେ ଥିବା ବେଦାନ୍ତ ଷ୍ଟେରଲାଇଟକୁ ବ୍ୟବହାର କରାଯାଇ ଅକ୍ସିଜେନ ଉତ୍ପାଦନ କରିହେବ । ଯାହାକି କିଛି ଆବଶ୍ୟକତାକୁ ମେଣ୍ଟାଇପାରିବ ବୋଲି ତାମିଲନାଡୁ ସରକାର କହିଥିଲେ । ପରେ ସର୍ବଦଳୀୟ ବୈଠକରେ ସରକାରଙ୍କ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ ।

Leave A Reply

Your email address will not be published.