ପାରଳାଖେମୁଣ୍ଡି, ୨୮ା୪ : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କମଳାପୁର ନାକା ଗେଟ ଠାରେ ପୋଲିସର ଯାଞ୍ଚ ବେଳେ ଏକ ଘରୋଇ ବସରୁ ୪୩ କେଜି ୭୦୦ ଗ୍ରାମ ଚୋରା ଗଞ୍ଜେଇ ଜବତ କରିବା ସହ ବସ ହେଲ୍ପର ସମେତ ଜଣକୁ ଗିରଫ କରିଛି । ମୋହନା ଥାନା ଏସ୍ଆଇ ସୁନୀଲ ଦଳାଇଙ୍କ ନେତୃତ୍ୱରେ ଏହି ଯାଞ୍ଚ ଚାଲିଥିଲା । ଏହି ସମୟରେ ଚୁଢଙ୍ଗପୁର ଠାରୁ ବ୍ରହ୍ମପରୁ ଅଭିମୁଖେ ଯାଉଥିବା ମହାବୀର ନାକ ଏକ ଘରୋଇ ବସକୁ ସନ୍ଦେହରେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ବସରୁ ଦୁଇ ବସ୍ତା ଗଞ୍ଜେଇ ଜବତ କରି ଦୁଇ ଜମଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଅଢେଇ ଲକ୍ଷ ଚଙ୍କା ହେବା ବୋଲି ଅନୁମାନ କରାଯାଉଥିବାର ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି ।
ଘରୋଇ ବସରୁ ୪୮ କେଜି ଗଂଜେଇ ଜବତ, ୨ ଅଟକ
Prev Post