ହାରିଗଲେ ମିସ୍ ଇଣ୍ଡିଆ

0 60

ଲକ୍ଷେ୍ନø, ୪ ।୫: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାରିଗଲେ ମିସ୍ ଇଣ୍ଡିଆ ରନର-ଅପ୍ ଦୀକ୍ଷା ସିଂହ । ସେ ଉତ୍ତର ପ୍ରଦେଶର ଜଉନପୁର ଜିଲ୍ଲାର ବସଖାରୁ ଜିଲ୍ଲା ପଞ୍ଚାୟତ ସଭ୍ୟ ଭାବେ ପ୍ରାର୍ଥୀ ହୋଇଥିଲେ । ୨୦୧୫ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରନର-ଅପ୍ ହୋଇଥିବା ଦୀକ୍ଷା ମାତ୍ର ୨୦୦୦ ଭୋଟ୍ ପାଇ ୫ ନମ୍ବରରେ ରହିଥିଲେ । ବିଜେପି ସମର୍ଥିତ ପ୍ରାର୍ଥୀ ନଗିନା ସିଂହ ଏହି ଆସନରୁ ବିଜୟ ହୋଇଛନ୍ତି । ମୁମ୍ବାଇରୁ ଫେରି ନିର୍ବାଚନ ଲଢ଼ିଥିବା ଦୀକ୍ଷା ନିର୍ବାଚନ ପ୍ରଚାର ବେଳେ ଜଉନପୁର ଜିଲ୍ଲାରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଠିକ୍ ଭାବେ ଯୋଗାଇ ଦିଆଯାଉ ନଥିବା କଥା କହିଥିଲେ । ତା’ସହିତ ସ୍ଥାନୀୟ ଅଞ୍ଚଳର ବିକାଶର ନାରା ଦେଇ ସେ ନିର୍ବାଚନ ପ୍ରଚାର କରିଥିଲେ । ସେହିପରି ଗାଁ ଗୁଡ଼ିକରେ ରହୁଥିବା ମହିଳାଙ୍କ ଉତ୍ତତି ଉପରେ ସେ ଗୁରୁତ୍ୱ ଦେଇଥିଲେ । ଜଉନପୁର ଜିଲ୍ଲାର ବସଖାର ଚିତ୍ତୋରି ହେଉଛି ଦୀକ୍ଷାଙ୍କ ଜନ୍ମଭୂମି । ସେ ଗାଁରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ତେବେ ତା’ପରେ ତାଙ୍କ ବାପାଙ୍କ ସହିତ ମୁମ୍ବାଇ ଚାଲିଯାଇଥିଲେ । ୨୦୧୫ରେ ଫେମିନା ମିସ୍ ଇଣ୍ଡିଆରେ ରନର-ଅପ୍ ହେବା ପରେ କିଛି ଫିଲ୍ମରେ କାମ କରିଥିଲେ ଦୀକ୍ଷା । କିଛି ଫିଲ୍ମର ସ୍କ୍ରି ମଧ୍ୟ ଲେଖିଥିଲେ । ତା’ସହିତ କିଛି ବିଜ୍ଞାପନରେ କାମ କରିଥିଲେ ।

Leave A Reply

Your email address will not be published.