ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୨୬ ଜଣଙ୍କର ମୃତ୍ୟୁ ସଂଖ୍ୟା ବଢି ୨୪୫୬ ହେଲା

0 60

ଭୁବନେଶ୍ୱର :  ରାଜ୍ୟରେ  ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୨୫ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୪୫୬  ହୋଇ ଯାଇଛି ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟ ଅନୁସାରେ ଗତ ୨୪ ଘଂଟା ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୬ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାରେ ୪ ଜଣ ତଥା ଗଂଜାମ ଓ  ପୁରୀ ଜିଲ୍ଲାରେ ୩-୩ ଜଣ ମୃତ୍ୟୁବରଣ କରିଛନ୍ତି । ଅନୁଗୁଳ, ପୁରୀ ବାଲେଶ୍ୱର ଜିଲ୍ଲାରେ ୨-୨ ଜଣ ବୌଦ୍ଧ, ଗଜପତି, କୋରାପୁଟ ଓ ନୂଆପଡା ଜିଲ୍ଲାରେ ୧-୧ ଜଣ  ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.