କୋରାପୁଟ : କରୋନା ମହାମାରୀର ପ୍ରକୋପ ଓ କଟକଣା ଯୋଗୁ ଜୀବନ ଅସ୍ତବ୍ୟସ୍ତ ହେଉଥିବା ସମୟରେ ପିଇବା ପାଣିର କଷ୍ଟ ଦେଖା ଦେଉଛି । ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇ ପଡ଼ିଛି ଜୀବନ । ଏମିତି ଏକ ଦୃଶ୍ୟ ଦେଖିବା ମିଳିଛି କୋରାପୁଟ ଜ଼ିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ରାଇଶିଂ ପଞ୍ଚାୟତର ପେଟାଲ ଗ୍ରାମରେ ଯାହା ପଞ୍ଚାୟତ ବ୍ଲକ ଓ ଜଳ ଯୋଗାଣ ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି । ଏହି ଗ୍ରାମରେ ୩୫୦ ପରିବାର ଓ ୧୦୦୦ ରୁ ଉର୍ଦ୍ଧ ବସବାସ କରନ୍ତି । ଏହା ରାଇସୀଙ୍ଗ ପଞ୍ଚାୟତର ୧୨ ନମ୍ୱର ୱାର୍ଡ ଓ ଗ୍ରାମବାସୀଙ୍କ ନିମନ୍ତେ ସରକାରୀ ଭାବେ ୨ ଗୋଟି ନଳକୂପ ରହିଛି । ଯାହା ମଧ୍ୟରୁ ଗୋଟିଏ ନଳକୂପ ୩/୪ ମାସ ହେବ ଅଚଳ ଏବଂ ଅନ୍ୟଟିରେ ଗୋଳିଆ ଲୂହଳିଆ ବାସ୍ନା ଯୁକ୍ତ ପାଣି ବାହାରୁଛି ।
୩୫୦ ପରିବାରକୁ ପିଇବା ପାଣି ପାଇଁ ଗୋଟିଏ ନଳକୂପ ଉପରେ ନିର୍ଭର କରିବା ପାଇଁ ପଡୁଛି । ପିଇବା ପାଣି ପାଇଁ ଗ୍ରାମବାସୀ ନିକଟସ୍ଥ ପାହାଡ ତଳ ଧାନ ଜମି କୂଳରେ ଏକ ଚୁଆ କରି ପାନୀୟ ଜଳସଂଗ୍ରହ କରି ବ୍ୟବହାର କରୁଛନ୍ତି । ଅଭିଯୋଗ କଲେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପଞ୍ଚାୟତକୁ ଦିଆ ଯାଇଛି ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ବୁଝିବେ ।ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ସରପଞ୍ଚ, ପଞ୍ଚାୟତ ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ନନ୍ଦପୁରଙ୍କୁ ମୌଖିକ ଓ ଲିଖିତ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କଥା ପ୍ରକାଶ କରିଛନ୍ତି । ଏଣୁ ଯଥାଶୀଘ୍ର ନଳକୂପ ଗୁଡ଼ିକୁ ମରାମତି କରି ପାନୀୟ ଜଳକଷ୍ଟ ଦୂର କରିବା ସହ ଗ୍ରାମର ଲୋକ ସଂଖ୍ୟାକୁ ଭିତ୍ତିକରି୨/୩ ଟି ସୌର ଚାଳିତ ପାନୀୟ ଜଳର ଉତ୍ସ କିମ୍ବା ପାଇପ ୱାଟର ସପ୍ଲାଇ ସିଷ୍ଟମ୍ ନିର୍ମାଣ କରିବାକୁ ଗ୍ରାମର ୱାର୍ଡ ସଭ୍ୟ ତଥା ଗ୍ରାମବାସୀ ଶ୍ରୀ ସାମ ଖିଲ, ମୋତି ପାଙ୍ଗି ଓ ଝିନୁ ଖିଲ ଅନୁରୋଧ କରିଛନ୍ତି, ଦେଖାଯାଉ ପ୍ରଶାସନ ପକ୍ଷରୁ କେବେ ପଦକ୍ଷେପ ନିଆଯାଉଛି ଓ ପେଟାଲ ଗ୍ରାମବାସୀଙ୍କ ଜଳ କଷ୍ଟ କେବେ ଦୂର ହେଉଛି ।
Comments are closed.