ହତ୍ୟା ମାମଲାରେ କୁସ୍ତିଯୋଦ୍ଧା ସୁଶିଲ କୁମାର ଦିଲ୍ଲୀରୁ ଗିରଫ

0 73

ନୂଆଦିଲ୍ଲୀ ୨୩ ।୫ : ଛତ୍ରଶାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧା ସାଗର ହତ୍ୟାକାଣ୍ଡରେ ଫେରାର ଆସାମୀ ତଥା ଅଲମ୍ପିକ ବିଜେତା ସୁଶୀଲ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଏହାସହ ସୁଶିଲଙ୍କ ସହଯୋଗୀ ଅଜୟଙ୍କୁ ବି ଗିରଫ କରିଛି ପୋଲିସ । ସୁଶୀଲଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ଦିଲ୍ଲୀ ପୋଲିସ ସୂଚନା ଦେଇଛି, ଇନ୍ସପେକ୍ଟର ଶିବକୁମାର, ଇନ୍ସପେକ୍ଟର କର୍ମବୀର ଏବଂ ଏସିପି ଅଟ୍ଟର ସିଂଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସେଲ୍ ଦିଲ୍ଲୀର ମୁଣ୍ଡକା ଠାରୁ ସୁଶୀଲ କୁମାର ଏବଂ ଅଜୟଙ୍କୁ ଗିରଫ କରିଛି । ଦୁହେଁ କାର ଛାଡି ସ୍କୁଟିରେ କାହାକୁ ଭେଟିବାକୁ ଯାଉଥିବାବେଳେ ପୋଲିସ ଏମାନଙ୍କୁ ମାଡିବସିଥିଲା । ହତ୍ୟା ମାମଲାରେ ଅଭିଯୁକ୍ତ ରେସଲର ସୁଶୀଲ କୁମାରଙ୍କୁ ଗିରଫ କରିବା ପାଇଁ ପଞ୍ଜାବର ଭାଟିଣ୍ଡା, ମୋହାଲି ସମେତ ଅନେକ ରାଜ୍ୟରେ ପୋଲିସ ଚଢାଉ କରିଥିଲା । ଦିଲ୍ଲୀରେ ମଧ୍ୟ ଦିଲ୍ଲୀ ପୋଲିସ ଅନେକ ସ୍ଥାନରେ ଚଢାଉ କରିଥିଲା, କିନ୍ତୁ ସୁଶୀଲ କୁମାରଙ୍କ ପତ୍ତା ମିଳିନଥିଲା ।

Leave A Reply

Your email address will not be published.