ଭାରତ ତିଆରି ନାଜାଲ୍ ଟିକା ମହତ୍ୱୂର୍ଣ୍ଣ ପରିବର୍ତ୍ତନ ଆଣିବ: ‘ହୁ’

95

ଜେନେଭା : ଭାରତରେ ତିଆରି ହେଉଥିବା ନାଜାଲ ଟିକା ପିଲାଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ଏକ ମହତ୍ୱୂର୍ଣ୍ଣ ପରିବର୍ତ୍ତନ ଆଣିବ । ତେବେ ଏହି ଟିକା ଚଳିତ ବର୍ଷ ଉପଲବ୍ଧ ହୋଇନପାରେ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୋମ୍ୟା ସ୍ୱାମୀନାଥନ୍ । ଦେଶକୁ କୋଭିଡର ତୃତୀୟ ଲହର ଗ୍ରାସ କରିବ ଏବଂ ତାହା ପିଲାମାନଙ୍କୁ ଅଧିକ ସଂକ୍ରମିତ କରିବା ଆଶଙ୍କା ପ୍ରକାଶ ପାଉଥିବା ଅବସରରେ ଏବେ ପିଲାଙ୍କ ପାଇଁ ଭାରତ ତିଆରି ନାଜାଲ ଟିକା ଆଶାର ସଂଚାର କରିଛି । ଜଣେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଭାବରେ ପରିଚିତା ସ୍ୱାମୀନାଥନ୍ ଏକ ଟେଲିଭିଜନ ଚାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ଭାରତରେ କେତେକ ନାଜାଲ ଟିକା ସଂପ୍ରତି ପ୍ରସ୍ତୁତି ପର୍ଯ୍ୟାୟରେ ରହିଛି । ଏହା ପିଲାମାନଙ୍କ ପାଇଁ ଯଥେଷ୍ଟ ସହାୟକ ହେବ । ଏହା ଦେବା ସହଜ ଏବଂ ଏହା ନାସାରନ୍ଧ୍ରରେ ସ୍ଥାନୀୟ ସଂକ୍ରମଣକୁ ପ୍ରତିହତ କରିବାରେ ସମର୍ଥ ହୋଇପାରିବ ।

Comments are closed.