ସଂଘୀୟ ବ୍ୟବସ୍ଥାର ଉତ୍ତମ ପରମ୍ପରା : ମୋଦୀ-ନବୀନଙ୍କ କେମେଷ୍ଟ୍ରୀ ନେଇ ଚର୍ଚ୍ଚା

0 147

-ଟ୍ୱିଟ୍ରରେ ଟ୍ରେଣ୍ଡ ହେଲେ ନବୀନ

ଭୁବନେଶ୍ୱର : ବାତ୍ୟା ୟଶ୍ର କ୍ଷୟକ୍ଷତି ସମୀକ୍ଷା କରି ଫେରିଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିନ୍ତୁ ସେ ଫେରିବା ପରେ ମୋଦୀ-ନବୀନଙ୍କ ମଧ୍ୟରେ କେମେଷ୍ଟ୍ରୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାଜନୀତିକ ଦୃଷ୍ଟିକୋଣରୁ ଉଭୟ ଭିନ୍ନ ଭିନ୍ନ ହୋଇଥିଲେ ହେଁ ଯେତେବେଳେ ସାମ୍ନାସାମ୍ନି ହୁଅନ୍ତୁ, ସେତେବେଳେ ଉଭୟଙ୍କ କେମେଷ୍ଟ୍ରୀକୁ ନେଇ ଚର୍ଚ୍ଚା ଚାଲେ । ଫନି ଓ ଅମ୍ଫାନ୍ ପରେ ଏବେ ୟଶ୍ ପାଇଁ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ । ସ୍ୱାଗତ କରିବାକୁ ଏୟାରପୋର୍ଟରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଥୀ ହୋଇ ବାତ୍ୟା ସମୀକ୍ଷା ପାଇଁ ଯାଇଥିଲେ କନ୍ଫରେନ୍ସ ହଲ୍ ।ସମୀକ୍ଷା ପରେ ମୋଦୀଙ୍କୁ ବିଦାୟ ଜଣାଇବାକୁ ମଧ୍ୟ ସେ ଏୟାରପୋର୍ଟ ଯାଇଥିଲେ । ଏହି ସମୟରେ ମୋଦୀ ନବୀନଙ୍କ କାନ୍ଧକୁ ସ୍ପର୍ଶ କରି କିଛି କହି ଆଗକୁ ବଢ଼ିଯାଇଥିଲେ । ଏହି ଦୃଶ୍ୟରୁ ଜଣାପଡ଼ୁଥିଲା ଉଭୟ ନେତାଙ୍କ ମଧ୍ୟରେ ଥିବା ସୁସମ୍ପର୍କ । ଏହା ପ୍ରଥମ ଘଟଣା ନୁହେଁ । ଫନି ଓ ଅମ୍ଫାନ୍ ସମୟରେ ଗସ୍ତରେ ଆସିଥିବା ବେଳେ ମଧ୍ୟ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରାଜନୈତିକ ଦୃଷ୍ଟିରୁ ବିଜେଡି-ବିଜେପି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ । ୨୦୧୯ରେ ମଧ୍ୟ ଦେଖିବାକୁ ମିଳିଥିଲା ବାକ୍ ଯୁଦ୍ଧ । କିନ୍ତୁ ମୋଦୀ-ନବୀନଙ୍କ କେମେଷ୍ଟ୍ରୀ ରାଜନୀତିର ଊଦ୍ଧ୍ୱର୍ରେ ରହିଛି, ଯାହା ଏକ ସଂଘୀୟ ବ୍ୟବସ୍ଥା ପାଇଁ ଉତ୍ତମ ପରମ୍ପରା ବୋଲି କୁହାଯାଇପାରେ । ଏବେ ଏହାକୁ ନେଇ ନବୀନ ଟ୍ୱିଟ୍ରେ ଟ୍ରେଣ୍ଡ ପାଲଟିଯାଇଛନ୍ତି । ଲୋକେ ନବୀନଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ତାଙ୍କୁ ମହାନ୍ ଓ ନାୟକ ବୋଲି କହିବାକୁ ପଛାଇନାହାନ୍ତି । ଅଧିକାଂଶ ଲୋକେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜରିୱାଲଙ୍କୁ ଦିଆଯାଇଛି ଯେ, ଅନ୍ୟମାନଙ୍କୁ ଦୋଷ ନଦେଇ କେମିତି କାମ କରାଯିବା କଥା ତାହା ନବୀନଙ୍କଠାରୁ ଶିଖନ୍ତୁ ।

ସେହିପରି ପ୍ରୀତି ନାମକ ଟ୍ୱିଟ୍ର ହ୍ୟାଣ୍ଡେଲରୁ ଅରବିନ୍ଦ କେଜରିୱାଲ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଟାକ୍ଷ କରି ଲେଖାଯାଇଛି ଯେ, ଏହି ମୁଖ୍ୟମନ୍ତ୍ରୀମାନେ ଏଥିରୁ କିଛି ଶିକ୍ଷାଲାଭ କରନ୍ତୁ । ସେହିପରି ଅତୁଲ ଶର୍ମା ଟ୍ୱିଟ୍ କରିଛନ୍ତି ଯେ, ଏହା ହେଉଛି ପ୍ରକୃତ ରାଷ୍ଟ୍ରନୀତି । ନବୀନବାବୁ ଓଡ଼ିଶାର ଦାବିକୁ ନେଇ ସବୁବେଳେ ସଜାଗ ଥାଆନ୍ତି । କିନ୍ତୁ ନିଜ ଉପରୁ ନିୟନ୍ତ୍ରଣ ହରାନ୍ତିନାହିଁ । ବେଲା ନାମକ ୟୁଜର ଟ୍ୱିଟ୍ କରି କହିଛନ୍ତି ଯେ, ନବୀନ ହେଉଛନ୍ତି ସେହିଭଳି ଜଣେ ନାୟକ, ଯାହାଙ୍କଠାରୁ ପ୍ରେରଣା ନିଆଯାଇପାରେ । ନବୀନଙ୍କଠାରୁ କିଛି ଶିଖିବାକୁ ପରାମର୍ଶ ଦେଇଛନ୍ତି । ଉଞ୍ଚୁ ନାମମ ଟ୍ୱିଟ୍ ହ୍ୟାଣ୍ଡେଲରୁ କରାଯାଇଥିବା ଟ୍ୱିଟ୍ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜରିୱାଲଙ୍କୁ ପରାମର୍ଶ

Leave A Reply

Your email address will not be published.