ଚାଇଲଡ୍ ଲାଇନ ଦ୍ୱାରା ଫେରାର୍ ନାବାଳିକା ଉଦ୍ଧାର

149

କେନ୍ଦ୍ରାପଡା : କେନ୍ଦ୍ରାପଡା ଆଳି ବ୍ଲକ୍ ଅନ୍ତର୍ଗତ ବାଟିପଡା ଗ୍ରାମରେ ବିହାର ଅଞ୍ଚଳର ଜୈନିକ ୧୭ ବର୍ଷିଆ ନାଁ ବାଳିକା ଯୁବତୀକୁ ବାପା ପାଖରେ କଟକ ଜଗତପୁରରେ ରହି କମ୍ପାନୀରେ କାମ କରୁଥିବା ୨୦ବର୍ଷିଆ ଯୁବକ ବିବାହ କରିବା ପ୍ରଲୋଭନ ଦେଖାଇ ଲୁଚାଇ ନେଇ ତାଙ୍କ ଗାଁ ଆଳିକୁ ପଳାଇ ଆସିବାପରେ ତାଙ୍କ ଘର ବାଟିପଡା ଠାରେ କିଛିଦିନ ହେବ ଏକ ଆବଦ୍ଧ କୋଠରୀ ମଧ୍ୟରେ ଉକ୍ତ ଯୁବତୀକୁ ଲୁଚାଇ ରଖି ଉଭୟ ସ୍ୱାମୀ ସ୍ତ୍ରୀ ଭଳି ବସବାସ କରିବା ସହିତ ଉକ୍ତ ସ୍ଥାନରେ ରହୁଥିବା ଖବର ଜିଲ୍ଲା ଚାଇଲଡ୍ ଲାଇନ୍ କୋର୍ଡିନେଟର ରାକେଶ କୁମାର ବାରିକ୍ ଓ ଆଳି ସିଡିପିଓ କଳ୍ପନା ଧଳଙ୍କ ପାଖରେ ପହଞ୍ଚିବା ପରେ ଏପଟେ କରୋନା ମହାମାରୀ ଏବଂ ସେପଟେ ବାତ୍ୟା ୟାସକୁ ଭୂକ୍ଷେପ ନକରି ବର୍ଷା ପବନରେ ଭିଜି ଭିଜି ନିଜ ଜୀବନକୁ ବାଜି ଲଗାଇ ଆଳି ପୋଲିସ୍ ଓ ଆଳିର ଆଶାସାଥୀ ଶ୍ରୀମତୀ ମଞୁଲତା ସାମଲଙ୍କ ସହାୟତାରେ ଖୋଜି ଖୋଜି ଉକ୍ତ ଯୁବକଙ୍କ ଘରେ ପହଞ୍ଚି ଉକ୍ତ ଫେରାର ଯୁବକ ଯୁବତୀ ଦ୍ୱୟଙ୍କୁ ଉକ୍ତ ନିବୁଜ କୋଠରୀରୁ ଉଦ୍ଧାର କରିବା ପରେ ପୂର୍ବତନ ଜିଲ୍ଲା ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷା ତଥା ସଦସ୍ୟା ଶ୍ରୀମତୀ ଶ୍ମିତାଞଳି ମହାପାତ୍ରଙ୍କୁ ଯୋଗା ଯୋଗ କରିବା ସହିତ ତାଙ୍କ ନିର୍ଦ୍ଦେଶକ୍ରମ ଉଭୟ ଯୁବକ ଯୁବତୀ ଦ୍ୱୟଙ୍କର କୋଭିଡ୍ ପରୀକ୍ଷା କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ କରାଯାଇଥିଲା ।

ଉଭୟଙ୍କ କୋଭିଡ୍ ରିପୋର୍ଟ ନେଗେଟିଭି ଆସିବା ପରେ ଶିଶୁ ମଙ୍ଗଳ କମିଟି ଉକ୍ତ ଯୁବକ ଯୁବତୀ ଦ୍ୱୟଙ୍କୁ ନିଜ ହେପାଜତକୁ ନେବା ପରେ ଉଭୟଙ୍କୁ ପୋଲିସ ସହାୟତାରେ କୋରୁଆ ପଲ୍ଲିଶ୍ରୀ ମହିଳା ସମିତି ଶିଶୁଗୃହରେ ରଖାଯାଇଥିବା ସୂଚନା ପୂର୍ବତନ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ସୂଚନା ଦେଇଛନ୍ତି । ସେପଟେ ଆସନ୍ତାକାଲି ଉଭୟଙ୍କ ଡାକ୍ତରୀ ମାୟିନା ପରେ କୋର୍ଟରେ ୧୬୪ ବୟାନ ରେକଡ୍ କରାଯିବା ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଉଭୟଙ୍କୁ କେଉଁ ଜାଗାରେ ରଖାଯିବ ସେ ବିଷୟରେ ସ୍ପଷ୍ଟ କରାଯିବ ବୋଲି ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାଶ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ରବି ନାରାୟଣ ପତି ।

Comments are closed.