ଅଜଣା ରୋଗରେ ଗଙ୍ଗାପଡା ଗ୍ରାମର ୩୦ ଜଣ ଆକ୍ରାନ୍ତ

160

ମାଲକାନଗିରି : ବର୍ତମାନ ସମଗ୍ର ଦେଶ କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରୁଥିବାବେଳେ ଏହି ସମୟରେ କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଗଙ୍ଗାପଡା ଗ୍ରାମରେ ପ୍ରାୟ ୩୦ ଜଣ ଲୋକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଗଙ୍ଗାପଡା ଗ୍ରାମରେ ଗତ କିଛଦିନ ହେଲା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଝାଡା ବାନ୍ତି କରିବା ସହ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । କେଉଁ କାରଣ ପାଇଁ ଲୋକ ମାନେ ଏଭଳି ଅସୁସ୍ଥ ହୋଉଛନ୍ତି ଜଣାପଡିନଥିବାବେଳ କରୋନା ଯୋଗୁଁ ଗାଡି ଚଳାଚଳ ବନ୍ଦ ଥିବାରୁ ଆକ୍ରାନ୍ତ ମାନେ ଚିକିତ୍ସା ପାଇଁ ବାହାରକୁ ଆସିପାରୁନାହାନ୍ତି । ପ୍ରଶାସନ ପକ୍ଷରୁ ଏକ ଡାକ୍ତରୀ ଟିମ ଉକ୍ତ ଗାଁ କୁ ପଠାଇ ଝାଡା ବାନ୍ତିର କାରଣ ସମ୍ପର୍କରେ ଅନୁଧ୍ୟାନ କରିବା ସହ ଲୋକଙ୍କ ଚିକିତ୍ସା କରିବାକୁ ଦାବୀ ହେଉଛି ।

Comments are closed.