ରାଜ୍ୟରେ ଗୋଟିଏ ଦିନରେ ୮୩୧୩ କରୋନା ଆକ୍ରାନ୍ତ ଚିହ୍ନଟ

75

-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା   ୭୬୪୯୯୭

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୮୩୧୩ ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୭୬୪୯୯୭ କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଟ୍ୱିଟ କରି  ସୂଚନା ଦିଆଯାଇଛି । 

ରାଜ୍ୟରେ ବର୍ତମାନ ସୁଦ୍ଧା  ୬୭୦୫୨୭  ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ   ସକ୍ରିୟ ୯୧୬୬୩  ରହିଛି । ଆଜି ଚିହ୍ନଟ ହୋଇଥିବା ୮୩୧୩ ଜଣଙ୍କ ମଧ୍ୟରୁ  ୪୬୫୫  ଜଣ ସଂଗରୋଧରୁ ହୋଇଥିବା ବେଳେ ୩୬୫୮ ଜଣ ସ୍ଥାନୀୟ ଲୋକ ବୋଲି  ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି  ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

Comments are closed.