କରୋନାରେ ଦେଶରେ ଗତ ୨୪ ଘଂଟାରେ ୧,୫୨,୭୩୪ ନୂଆ ମାମଲା

0 69

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା  ମଧ୍ୟରେ ୧,୫୨,୭୩୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ ୩,୧୨୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୨,୮୦,୪୭,୫୩୪ ପହଂଚିଛି ।

ଆଜି  ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ  ସକ୍ରିୟ ରୋଗୀଙ୍କ ସଂଖ୍ୟା   ୨୦,୨୬,୦୯୨ ଥିବା ବେଳେ ବର୍ତମାନ ସୁଦ୍ଧା  ୩,୨୯,୧୦୦ ଜଣ ମୃତ୍ୟୁ  ବରଣ କରିଛନ୍ତି ।

ସେହିପରି ଦେଶରେ ଗତ ୨୪ଘଂଟା  ମଧ୍ୟରେ  କୋବିଡ ପାଇଁ   ୧୬,୮୩,୧୩୫ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା  ୩୪,୪୮,୬୬,୮୮୩ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା

Leave A Reply

Your email address will not be published.