୪୦ଟି ସ୍ୱତନ୍ତ୍ର ଟ୍ରେନ୍ ରେ ୨୬୦୦ ଟନ୍ ଅକ୍ସିଜେନ୍ ପରିବହନ କରିଛି ପୂର୍ବତଟ ରେଳପଥ

72

 ଭୁୁବନେଶ୍ୱର : କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି । ଆଜି ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଷ୍ଟିଲ ପ୍ଲାଂଟରୁ ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ ୨୬୦୦.୦୨ ଟନ ତରଳ ମେଡିକାଲ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପରିବହନ କରି ସାରିଲାଣି ।

ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଚଳାଚଳ ରାଷ୍ଟ୍ରିୟ ଇସ୍ପାତ ନିଗମ ଲିମିଟେଡ୍‌, ବିଶାଖାପାଟନମ୍ ରୁ ମହାରାଷ୍ଟ୍ର ର ନାସିକକୁ ଅମ୍ଳଜାନ ପରିବହନ କରାଯାଇଥିଲା । ବର୍ତମାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ନିଜ ପରିସୀମା ମଧ୍ୟରୁ ୪୦ ଟି ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଦ୍ୱାରା ୧୬୨ କେଂଟନର ରେ ଏଲଏମଓ ଧାରଣ କରି ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରାଯାଇଅଛି । ଦୁର୍ଗାପୁର, ଟାଟାନଗର, ଏବଂ ରାଉରକେଲା ରୁ ସିକନ୍ଦରାବାଦ, ଚେନ୍ନାଇ ଏବଂ ବାଙ୍ଗାଲୋର ଅଭିମୁଖେ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ତରଳ ମେଡିକାଲ ଅକ୍ସିଜେନ ଏକ୍ସପ୍ରେସ ଯାତାୟାତ କରୁଅଛି ଏବଂ ଏହାର ଚଳାଚଳ ପାଇଁ ପ୍ରାଥମିକତା ଦିଆଯାଉଅଛି ।

ଦିଲ୍ଲୀ ଏବଂ ହରିୟାଣାକୁ ୧୯ ଅମ୍ଳଜାନ ଏକ୍ସପ୍ରେସ ଟ୍ରେନରେ ୬୩ ଟି କେଂଟନର ମାଧ୍ୟମରେ ପ୍ରାୟ ୧୦୧୦.୦୯ ଟନ୍ ଅକ୍ସିଜେନ ପରିବହନ କରାଯାଇଛି । ଏହା ବ୍ୟତୀତ ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକ ରାଜ୍ୟକୁ ମଧ୍ୟ ଅମ୍ଳଜାନ ପଠାଯାଇଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ମହାରାଷ୍ଟ୍ରକୁ ୫୪୫.୩୧ ଟନ୍‌, କେରଳକୁ ୧୧୭.୯ ଟନ୍‌, ତେଲେଙ୍ଗାନାକୁ ୬୮୫.୭ ଟନ୍‌, ତାମିଲନାଡୁ ୧୨୦ ଟନ୍ ଏବଂ କର୍ଣ୍ଣାଟକକୁ ୧୨୦.୯୮ ଟନ୍ ପରିବହନ କରିଛି ।

ବିଭିନ୍ନ ରାଜ୍ୟକୁ ଯାଉଥିବା ସମସ୍ତ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର କର୍ମଚାରୀ ମାନଙ୍କ ସହିତ ସହାୟକ ସଦସ୍ୟଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଏବଂ ପାଣି ବୋତଲ ଯୋଗାଉଛି । ଅନୁଗୁଳ ସ୍ଥିତ ଟାଟା ଭୂଷଣ ଲିମିଟେଡ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ ଲିମିଟେଡ ଭଳି ଇସ୍ପାତ କାରଖାନା ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅମ୍ଳଜାନ ବୋଝେଇ ଓ ପରିବହନ କ୍ଷେତ୍ରରେ ପ୍ରମୁଖ ଅବଦାନ ରଖିଛନ୍ତି । ବର୍ତମାନ ପର୍ଯ୍ୟନ୍ତ, ଏହି ମହାମାରୀରେ କୋଭିଡ଼୧୯ ସଂକ୍ରମଣ ସମୟରେ ଆକ୍ରାନ୍ତ ରୋଗୀଙ୍କ ଜୀବନ ବଂଚାଇବାପାଇଁ ଅନୁଗୁଳ ଅଂଚଳରୁ ୩୩ ଟି, କଳିଙ୍ଗନଗର ଠାରୁ ୦୬ଟି ଏବଂ ବିଶାଖାପାଟନମ୍ ଅଂଚଳରୁ ଗୋଟିଏ ଅକ୍ସିଜେନ୍ ଏକ୍ସପ୍ରେସ୍ ଦେଶର ବିଭିନ୍ନ ରାଜ୍ୟକୁ ପାଠାଯାଇଛି ।

Comments are closed.