ବର୍ଜ୍ୟବସ୍ତୁର ଉପଯୋଗ

75

ସର୍ବଦା ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଉଛି । ଯଦ୍ୱାରା କି ସହର ଓ ଗ୍ରାମମାନଙ୍କରେ ବାହାରୁଥିବା ବର୍ଜ୍ୟବସ୍ତୁକୁ କିପରି ଉପଯୋଗ କରାଯାଇପାରିବ ସେଥିନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଉପରେ ଜୋର୍ ଦିଆଯାଇଥାଏ । ଯଦ୍ୱାରା କି ପରିବେଶର ସୁରକ୍ଷା ହେବା ସହ ବୈଧାନିକ ବିଧିବ୍ୟବସ୍ଥାର ଆବଶ୍ୟକତାକୁ ବହୁମାତ୍ରାରେ ପୂରଣ କରାଯାଇପାରିବ । ଏବେ ଗାଁ ଗୁଡିକର ସଠିକ ମଳ ପରିଚାଳନା ଏବଂ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା ନିମନ୍ତେ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ମିଳିତଭାବେ ଜାରି ଏକ ନିର୍ଦେଶାବଳୀ ମାଧ୍ୟମରେ ସବୁ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗୁଡିକର ପ୍ରକଳ୍ପ ନିର୍ଦେଶକ, ମୁନିସିପାଲ କର୍ପୋରେସନ କମିଶନର, ସମସ୍ତ ମୁନିସିପାଲିଟି ଏବଂ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ତଥା, ସମସ୍ତ ବ୍ଲକର ବିଡ଼ିଓମାନଙ୍କୁ ଜଣାଇଦିଆଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଡ଼ି .କେ ସିଂ ଓ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନାନ ମିଳିତ ନିର୍ଦେଶାବଳୀ ମାଧ୍ୟମରେ ପରିବେଶ ସୁରକ୍ଷା ଏବଂ ବୈଧାନିକ ବିଧି ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବା ଦିଗରେ ଏପରି ଉଦ୍ୟମର ଗୁରୁତ୍ୱ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଛନ୍ତି । ଏହି କ୍ରମରେ ବାଲେଶ୍ୱର ମ୍ୟୁନିସିପାଲିଟି ନିକଟସ୍ଥ ୯୦ ପଞ୍ଚାୟତରେ ଏହାର ପାଇଲଟ ପ୍ରକଳ୍ପ କରାଯାଇଛି ଏବଂ ଏହି ପ୍ରୟାସ ମଧ୍ୟ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି । ସେହିପରି ସହରଗୁଡିକ ଠାରୁ ୨୦ କିଲୋମିଟର ଭିତରେ ଅବସ୍ଥିତ ରାଜ୍ୟର ସମସ୍ତ ପଞ୍ଚାୟତଗୁଡିକୁ ସଠିକ ମଳ ପରିଚାଳନା ନିମନ୍ତେ ସହର ସହିତ ସଂଲଗ୍ନ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ସହରରେ ଅବସ୍ଥାପିତ ମଳ ଉପଚାର ନିମନ୍ତେ ଉଦ୍ଧିଷ୍ଟ ସମସ୍ତ ବ୍ୟବସ୍ଥା ଯେପରିକି ପାଇଖାନା ଟାଙ୍କିରୁ ମଳ ବିଶୋଧନାଗାର ପର୍ଯ୍ୟନ୍ତ ପଠାଇବା ପାଇଁ ମଇଳା ବୁହା ଗାଡି ଆଦିର ବ୍ୟବହାର ଏବଂ ଅବଶ୍ୟକୀୟ ଦେୟ କିଭଳି ଆଦାୟ କରାଯାଇପାରିବ ତାହା ସମ୍ପୃକ୍ତ ଅଧିକାରୀ ସ୍ଥିର କରିବେ ।

ଏଠାରେ ସୂଚନାଯୋଗ୍ୟ ଯେ ୪୫ଟି ପୌରସଂସ୍ଥାରେ ମଳ ଉପଚାର ବିଶୋଧନାଗାର କାର୍ଯ୍ୟକ୍ଷମ ହୋଇଥିବାବେଳେ ଅନ୍ୟାନ୍ୟ ପୌରସଂସ୍ଥାଗୁଡିକରେ ଏହାର ନିର୍ମାଣ ଜାରି ରହିଛି । ସେହିପରି ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା ନିମନ୍ତେ ୧୧୪ ଟି ପୌରସଂସ୍ଥାରେ ମ୍ୟାଟେରିଅ ।ଲ ରିକଭରୀ ବ୍ୟବସ୍ଥା କରାଯାଇଛି । ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା ନିମନ୍ତେ ପଞ୍ଚାୟତଗୁଡ଼ିକରୁ ୧୦୦ ପ୍ରତିଶତ ଶୁଖିଲା ବର୍ଜ୍ୟ ବସ୍ତୁ କିପରି ର୍ନିଦ୍ଧାରିତ ପୌରସଂସ୍ଥା ଅଧୀନରେ ଥିବା ମ୍ୟାଟେରିଆଲ ରିକଭରୀ ଫାସିଲିଟିକୁ ଆସିପାରିବ ସେଗୁଡିକୁ ପଞ୍ଚାୟତର ଦାୟିତ୍ୱ ଓ ପରିବାର ଗୁଡ଼ିକରୁ ଅଲଗା ଭାବେ ଶୁଖିଲା ବର୍ଜ୍ୟ ବସ୍ତୁ କିପରି ସଂଗ୍ରହ ହୋଇ ଆସିବା ତାହା ପଞ୍ଚାୟତ ଉପରେ ନ୍ୟସ୍ତ । କେତେ ପରିମାଣର ଏବଂ କେତେ ଥର ଶୁଖିଲା ବର୍ଜ୍ୟ ବସ୍ତୁ ପଞ୍ଚାୟତ ମାନଙ୍କରୁ ପୌରସଂସ୍ଥା ଅଧୀନରେ ଥିବା ମ୍ୟାଟେରିଆଲ ରିକଭରୀ ଫାସିଲିଟି ଆସିବ ତାହା ପଞ୍ଚାୟତ ସ୍ଥିର କରିବେ । ଗାଁ ସ୍ତରରେ ଶୁଖିଲା ବର୍ଜ୍ୟ ବସ୍ତୁକୁ ଗଛିତ ରଖିବା ପାଇଁ ଏକ ଅସ୍ଥାୟୀ ଭଣ୍ଡାର ବ୍ୟବସ୍ଥା କରିପାରିବେ । ତେବେ ପଞ୍ଚାୟତ ଗୁଡ଼ିକରୁ ପୌରସଂସ୍ଥାକୁ ଆସୁଥିବା ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁର ପରିଚାଳନା ଏବଂ ପ୍ରକ୍ରିୟାକରଣ ପୌରସଂସ୍ଥା ଉପରେ ନ୍ୟସ୍ତ ହୋଇଛି । ତେଣୁ ଆଗାମୀ ଦିନରେ ବର୍ଜ୍ୟବସ୍ତୁକୁ ଉପଯୋଗ କରି ଆମେ ଆମର ବହୁ ଆବଶ୍ୟକତାକୁ ପୂରଣ କରିବାରେ କିଭଳି ସହାୟକ ହେବା ସେଥିନିମନ୍ତେ ଉଭୟ ପ୍ରଶାସନ ଓ ସାଧାରଣ ଜନତା ଯତ୍ନବାନ ହେବା ଆବଶ୍ୟକ ।

Comments are closed.