ହସ୍ପିଟାଲରେ ଭର୍ତ୍ତି ହେଲେ ଶିକ୍ଷାମନ୍ତ୍ରୀ ନିଶଙ୍କ

0 65

ନୂଆଦିଲ୍ଳୀ, ୧ ।୬: ବିଗିଡିଲା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ତାଙ୍କୁ ଆଜି ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି । କରୋନା ସଂକ୍ରମଣ ପରେ ତାଙ୍କ ସ୍ୱାସ୍ଥଗତ ସମସ୍ୟା ଦେଖାଦେଇଥିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି । ଗତ ଏପ୍ରିଲରେ ଶିକ୍ଷାମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିଲେ । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଥିଲେ । ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ଏବେ ତାଙ୍କର ପୋଷ୍ଟ କୋଭିଡ ସମସ୍ୟା ଦେଖାଦେଇଥିବା ଅନୁମାନ କରାଯାଉଛି । ସୂଚନା ମୁ୍ତାବକ ଆଜି ଶିକ୍ଷାମନ୍ତ୍ରୀ ସିବିଏସ୍ଇ ଓ ଆସିଏସ୍ଇ ସମତେ ସମସ୍ତ ରାଜ୍ୟ ବୋର୍ଡ ପାଇଁ ଦ୍ୱାଦଶ ବୋର୍ଡ ପରୀକ୍ଷା ଉପରେ ନିଷ୍ପତ୍ତି ଘୋଷଣା କରିବାର ଥିଲା । ଗତମାସରେ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ଏହି ପ୍ରସଙ୍ଗକୁ ନେଇ ବିଚାର କରାଯାଇଥିଲା । ସମସ୍ତ ରାଜ୍ୟ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ପ୍ରତିକ୍ରିୟା ପଠାଇବାକୁ ୧ ସପ୍ତାହ ସମୟ ମଧ୍ୟ ଦିଆଯାଇଥିଲା ।

Leave A Reply

Your email address will not be published.