ବିଶ୍ୱରେ ପ୍ରଥମ ବ୍ଲାର୍ଡ ଫ୍ଲୁ ଷ୍ଟ୍ରେନରେ ସଂକ୍ରମିତ ବ୍ୟକ୍ତି ଚାଇନାରୁ ଚିହ୍ନଟ

0 61

ବେଜିଂ, ୧ ।୬: ମହାମାରୀ କରୋନା ସଂକ୍ରମଣ ଭିତରେ ସମସ୍ତଙ୍କୁ ଭୟଭୀତ କରିବା ଭଳି ଖବର ସାମ୍ନାକୁ ଆସିଛି । କରୋନା ଭଳି ଚାଇନାରେ ପ୍ରଥମଥର ପାଇଁ ଜଣେ ବ୍ୟକ୍ତି ବ୍ଲାର୍ଡ ଫ୍ଲୁ ଷ୍ଟ୍ରେନ ଏଚ୧୦ଏନ୩ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆଜି ଯାଏ କେବେ ହେଲେ ଏଚ୧୦ଏନ୩ ଷ୍ଟ୍ରେନ ମଣିଷଙ୍କ ଶରୀରରୁ ଠାବ ହୋଇ ନଥିଲା । କିନ୍ତୁ ଏବେ ଚାଇନାର ଜିଆଙ୍ଗସୁ ପ୍ରଦେଶର ଜଣେ ୪୧ ବର୍ଷୀୟ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଚାଇନାର ନ୍ୟାସନାଲ ହେଲଥ କମିଶନ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଜିଆଙ୍ଗସୁ ପ୍ରଦେଶ ଅନ୍ତର୍ଗତ ଝେନଜିଆଙ୍ଗ ସହରରେ ରହୁଥିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଏହି ବ୍ଲାର୍ଡ ଫ୍ଲୁ ଷ୍ଟ୍ରେନ ଠାବ ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ପ୍ରଦାନ କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ସେ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ । ଚାଇନାର ସ୍ୱାସ୍ଥ୍ୟ କମିଶନ କରୋନା ଭଳି ଏହି ମାରାତ୍ମକ ସଂକ୍ରାମକ ରୋଗକୁ ମଧ୍ୟ କମ ଗୁରୁତ୍ୱ ଦେଇଛି । ଏହି ଷ୍ଟ୍ରେନ କେବଳ କୁକୁଡ଼ାଠାରୁ ମଣିଷ ଶରୀରକୁ ବ୍ୟାପିଥାଏ । ଏହା ମହାମାରୀର ରୂପ ନେବାର ଆଶଙ୍କା ଅତ୍ୟନ୍ତ କମ । ବ୍ୟକ୍ତିଜଣକ ମେ’ ୨୮ରେ ଏଚ୧୦ଏନ୩ ଆଭିଏନ ଇନ୍ଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇଥିବା କମିଶନ କହିଛି । ହେଲେ ତାଙ୍କ ଶରୀରକୁ ଏହା କେମିତି ଆସିଲା, ସେ ବିଷୟରେ କିଛି ବି କହିନି । ପୂର୍ବରୁ କେବେ ହେଲେ ବିଶ୍ୱର କୌଣସି ସ୍ଥାନରେ ମଣିଷଙ୍କ ଶରୀରରୁ ଏଚ୧୦ଏନ୩ ଷ୍ଟ୍ରେନ ଠାବ ହୋଇ ନଥିଲା ବୋଲି କମିଶନ ସ୍ପଷ୍ଟ କରିଛି । ପୂର୍ବରୁ ଚାଇନାର ବିଭିତ୍ତ ସ୍ଥାନରେ ବନ୍ୟଜନ୍ତୁଙ୍କ ଶରୀରରେ ଏଚ୍୫ଏନ୍୬ ଆଭିଏନ୍ ଫ୍ଲୁ ଠାବ ହୋଇଥିଲା ।

Leave A Reply

Your email address will not be published.