ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ହୋଇପାରିବନି ଦେଶଦ୍ରୋହ ମାମଲା

63

ନୂଆଦିଲ୍ଲୀ : ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇପାରିବ ନାହିଁ କି ସେମାନଙ୍କୁ ଏହାର ଆଳରେ ଗିରଫ କରାଯାଇପାରିବ ନାହିଁ । କେଦାର ନାଥ ସିଂହ ଜଜ୍ମେଣ୍ଟ ଆଧାରରେ ସମସ୍ତ ସାମ୍ବାଦିକଙ୍କୁ ଏହି ସୁରକ୍ଷା ମିଳିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବିଶିଷ୍ଟ ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ଏକ ଦେଶଦ୍ରୋହ ମାମଲାକୁ ଖାରଜ କରି ଏହା କହିଛନ୍ତି ସୁପ୍ରିମକୋର୍ଟ । ୨୦୧୯ ଦିଲ୍ଲୀ ହିଂସାକୁ ନେଇ ବିନୋଦ ଦୁଆଙ୍କ ଏକ କାର୍ଯ୍ୟକ୍ରମ ଉପରେ ଆପତ୍ତି ଉଠାଇ ହିମାଚଳପ୍ରଦେଶର ଜଣେ ବିଜେପି ନେତା ଅଭିଯୋଗ କରିଥିଲେ । ଏହାପରେ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିନୋଦ ଦୁଆ । ଏହାର ଶୁଣାଣି କରି ବିନୋଦ ଦୁଆଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାକୁ ଖାରଜ କରିଛନ୍ତି । ତେବେ ୧୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା କୌଣସି ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ପୂର୍ବରୁ ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ଗଠିତ ପ୍ୟାନେଲର ମଞ୍ଜୁରି ଜରୁରି କରାଯାଉ ବୋଲି ବିନୋଦ ଦୁଆ ଯେଉଁ ଆବେଦନ କରିଥିଲେ, ତାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି ।

Comments are closed.