ରାଜ୍ୟରେ ଗତ ୨୪ଘଣ୍ଟାରେ ୭୩୯୫ କରୋନା ସଂକ୍ରମିତ ଚିହ୍ନଟ

0 59

ଭୁବନେଶ୍ୱର ୦୫।୦୬ : ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୩୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୬୦୯୪ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୧୬୯ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୨୨୬ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୪୩ଜଣ, ବାଲେଶ୍ୱର ଜିଲ୍ଲାରୁ ୨୮୫ଜଣ, ବରଗଡ଼ ଜିଲ୍ଲାରୁ ୧୭୧ଜଣ, ଭଦ୍ରକ ଜିଲ୍ଲାରୁ ୨୩୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୧ଜଣ, ବୌଦ୍ଧ ଜିଲ୍ଲାରୁ ୧୩୩ଜଣ, କଟକ ଜିଲ୍ଲାରୁ ୮୬୮ଜଣ, ଦେଓଗଡ଼ ଜିଲ୍ଲାରୁ ୫୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୧ଜଣ, ଗଜପତି ଜିଲ୍ଲାରୁ ୫୨ଜଣ, ଗଞ୍ଜାମ ଜିଲ୍ଲାରୁ ୬୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୮୮ଜଣ, ଯାଜପୁର ଜିଲ୍ଲାରୁ ୫୧୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୬ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬୬ଜଣ, କନ୍ଧମାଳ ଜିଲ୍ଲାରୁ ୭୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୪୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୫୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୦୬୯ଜଣ, କୋରାପୁଟ ଜିଲ୍ଲାରୁ ୧୬୧ଜଣ, ମାଲକାନଗିରି ଜିଲ୍ଲାରୁ ୧୧୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୮୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯୬ଜଣ, ନୟାଗଡ଼ ଜିଲ୍ଲାରୁ ୨୪୩ଜଣ, ନୂଆପଡ଼ା ଜିଲ୍ଲାରୁ ୨୨ଜଣ, ପୁରୀ ଜିଲ୍ଲାରୁ ୩୫୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୭ଜଣ, ସୋନପୁର ଜିଲ୍ଲାରୁ ୯୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୬୭ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୪୫ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୦୬୦୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮୬୮୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୨୪୪୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୨୧୧୧୧୪୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.