ନିଆଁ ଲାଗି ଧାନ ନଷ୍ଟ

0 76

ମ.ରାମପୁର (ଡିକେ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ଅନ୍ତର୍ଗତ ଅଁଲାପାଲି ଗ୍ରାମର ଜଣେ ଚାଷୀ ଙ୍କ ତାଙ୍କ ଘର ପାଖରେ ଥିବା ଧାନ ଖଳା ରେ ନିଆ ଲାଗି ପ୍ରାୟ ୧୦ ବସ୍ତା ଧାନ ପୋଡି ପାଉଁଷ ହୋଇ ଯାଇଛି l ସୁଚନା ଅନୁସାରେ ଏହି ଗ୍ରାମର ପୁରିତ ସାହୁ ତାଙ୍କ ଘର ପାଖକୁ ଲାଗି ରହିଥିବା ଧାନ ଖଳାରେ ୧୦୦ ବସ୍ତା ଧାନ ରଖିଥିବା ବେଳେ ଗତକାଲି ଅପରାହ୍ନ ୪ ଘଣ୍ଟା ସମୟରେ ଧାନ ଖଳା ରେ ଥିବା ପାଳ ଗଦା ନିକଟ ରେ ଏକ ଶିଶୁ ଦିଆସିଲି ଧରି ଖେଳୁଥିବା ସମୟରେ ହଠାତ ନିଆ ଲାଗି ଯାଇଥିଲା । ଫଳରେ ନିଆଁ ଲାଗି ପାଳଗଦା ଓ ଧାନ ପୋଡିବାରେ ଲାଗିଥିଲା । ଏହାଦେଖି ନିକଟରେ ଥିବା ଜଣେ ଯୁବକ ସଙ୍ଗେ ସଙ୍ଗେ ଫୋନ୍ ମାଧ୍ୟମ ରେ ମ.ରାମପୁର ଅଗ୍ନିଶମ ବିଭାଗ କୁ ଫୋନ କରି ଜଣେଇଥିଲେ । ପରେ ଖବର ପାଇ ମ. ରାମପୁର ଅଗ୍ନିଶମ ବିଭାଗ ର କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ଫଳରେ ଉକ୍ତ ଧାନ ଖଳାରେ ପଡିରିହି ଥିବା ଧାନ ଗୁଡିକ ମଧ୍ଯରେ ୧୦ ବସ୍ତା ଧାନ ପୋଡି ପାଉଁଶ ହୋଇଥିବା ବେଳେ ଆଉ ୯୦ ବସ୍ତା ଧାନ ସୁରକ୍ଷିତ ରହିଥିବା ସୂଚନା ରହିଛି l

Leave A Reply

Your email address will not be published.