ଭାରତ-ଚୀନ୍ ମଧ୍ୟରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ

0 63

ନୂଆଦିଲ୍ଲୀ, ୫ ।୬: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶନିବାର ଭାରତ ଏବଂ ଚୀନକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଦାୟିତ୍ୱବାନ ନେତା ଏବଂ ଦୁଇ ଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ ସମାଧାନ ପାଇଁ ସକ୍ଷମ । ଏହା ସହ ଦୁଇଦେଶ ମଧ୍ୟରେ ତୃତୀୟ ଶକ୍ତି (ଦେଶ) ଦଖଲ ଦେବା ଅନୁଚିତ ବୋଲି ମଧ୍ୟ ସେ କହିଛନ୍ତି । ଭାରତ ଏବଂ ଚୀନ ବିବାଦର ସମାଧାନ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ପୁଟିନ୍ ଆଶାବ୍ୟକ୍ତ କରିଛନ୍ତି । ପିଟିଆଇକୁ ଦେଇଥିବା ଭର୍ଚୁଆଲ୍ ସାକ୍ଷାତକାରରେ ପୁଟିନ୍ କହିଛନ୍ତି, “ହଁ ମୁଁ ଜାଣିଛି ଭାରତ ଏବଂ ଚୀନ ମଧ୍ୟରେ କିଛି ପ୍ରସଙ୍ଗ ରହିଛି । ପଡ଼ୋଶୀ ଦେଶ ମଧ୍ୟରେ ପ୍ରାୟ ଏମିତି ହୁଏ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ବ୍ୟବହାର ସମ୍ପର୍କରେ ଜାଣିଛି । ଏମାନେ ବହୁ ଦାୟିତ୍ୱବାନ ନେତା । ପରସ୍ପର ଅତ୍ୟନ୍ତ ଭଦ୍ରତାର ସହ ଆଲୋଚନା କରନ୍ତି । ମୋତେ ବିଶ୍ୱାସ ରହିଛି କୌଣସି ପ୍ରକାର ସମସ୍ୟାର ସମାଧାନ ପର୍ଯ୍ୟନ୍ତ ପହଞ୍ଚିପାରିବେ । ତୃତୀୟ ଦେଶର ମଧ୍ୟସ୍ଥତାକୁ ନାପସନ୍ଦ କରିବା ସହ ପୁଟିନ୍ କହିଛନ୍ତି, କୌଣସି ତୃତୀୟ ପକ୍ଷ ଦୁଇ ଦେଶ ମଧ୍ୟରେ ଦଖଲ ଦେବା ଅନୁଚିତ । ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଚାଲିଥିବା ବେଳେ ପୁଟିନ୍ ଏହି ମନ୍ତବ୍ୟ ଦେଇଛନ୍ତି । ଗତବର୍ଷ ଜୁନରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଅନେକ ଆଲୋଚନା ପରେ ବି ଏବେ ଯାଏ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ହୋଇନାହିଁ । ତେବେ ପୁଟିନ୍ ଆହୁରି ମଧ୍ୟ କହିଛନ୍ତି, ଋଷ ଭାରତ ସହ ରହିଥିବା ବେଳେ ମସ୍କୋ ଏବଂ ବେଜିଂ ମଧ୍ୟରେ କୌଣସି ବିରୋଧାଭାଷ ନାହିଁ । ଭାରତ ଏବଂ ଋଷର ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ ।

Leave A Reply

Your email address will not be published.