କେନ୍ଦ୍ର ସରକାର “ସ୍କିଜୋଫ୍ରେନିଆ’ରେ ଆକ୍ରାନ୍ତ

0 64

ମୁମ୍ୱାଇ, ୫ ।୬: କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ରୋକିବା ଦିଗରେ କାମ କରିବା ଦରକାର । ଏଭଳି ନକରି ନିଜ କାମ ପାଇଁ ଶ୍ରେୟ ନେବାକୁ ଚେଷ୍ଟା କରିବା ଠିକ୍ ନୁହେଁ । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଅନ୍ୟ ଦେଶର ସରକାର ତୁଳନାରେ ମୋଦି ସରକାର ଦ୍ୱିତୀୟ ଲହରକୁ କମ୍ ସମୟରେ ନିୟନ୍ତ୍ରଣକୁ ଆଣିଛନ୍ତି । ଶାହଙ୍କ ଏପରି ମନ୍ତବ୍ୟ ପରେ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍ ଏଭଳି ମତ ରଖିଛନ୍ତି । ସରକାରଙ୍କ ଏଭଳି ଆଚରଣକୁ ମେଡିକାଲ ଭାଷାରେ “ସ୍କିଜୋଫେନିଆ’ ବୋଲି କୁହାଯାଏ ବୋଲି ସେନ୍ କହିଛନ୍ତି । ଏହି ରୋଗ ଯେଉଁମାନଙ୍କ ପାଖରେ ଦେଖାଯାଏ ସେମାନେ ଗୁରୁତର ମାନସିକ ରୋଗରେ ରହିଥାନ୍ତି । ଯେଉଁଥିରେ ରୋଗୀ ପ୍ରକୃତ ଏବଂ କଳ୍ପନା ଜଗତ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାରେ ଅସମର୍ଥ ରହିଥାଏ । ଶୁକ୍ରବାର ବିଳମ୍ବିତ ରାତିରେ ଏହି ବିଶିଷ୍ଟ ଅର୍ଥନୀତିଜ୍ଞ ରାଷ୍ଟ୍ର ସେବା ଦଳ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଔଷଧ ଉତ୍ପାଦନର କୌଶଳ ତଥା ରୋଗ ପ୍ରତିରୋଧକ ଶକ୍ତି ଶୀଘ୍ର ଥିବାରୁ ଭାରତ ଭଲ ସ୍ଥିତିରେ ଅଛି । ତେବେ କରୋନାର ଦ୍ୱିତୀୟ ଲହର କାହିଁକି ଆସିଲା ସେ ନେଇ ମତ ରଖି ଏହି ବିଶିଷ୍ଟ ଅର୍ଥନୀତିଜ୍ଞ କହିଛନ୍ତି, ବହୁ ପୂର୍ବରୁ ବିଜୟୀ ହେବାର ଲକ୍ଷ୍ୟକୁ ଆଖି ଆଗରେ ରଖିବାରୁ କରୋନାର ଦ୍ୱିତୀୟ ଲହର ସୃଷ୍ଟି ହୋଇଛି । ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ବଢ଼ିବା ପରେ ସରକାର ଦ୍ୱନ୍ଦ୍ୱରେ ଥିଲେ । ତେଣୁ ବିପତ୍ତି ସମୟରେ ସରକାର ଠିକ୍ ଭାବରେ ପରିଚାଳନା କରିପାରିନଥିଲେ । ସରକାର ଶ୍ରେୟ ନେବା ପରିବର୍ତ୍ତେ କରୋନା କିଭଳି ଆଗକୁ ବିସ୍ତାର ନକରିବ ସେ ବାବଦରେ ସୁନିଶ୍ଚିତ କରିବା ଦରକାର । ହାବାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଏବଂ ଦାର୍ଶନିକ ବିଭାଗର ପ୍ରଫେସର ଥିବା ସେନ୍ କହିଛନ୍ତି ଯେ ଭାରତ ସାମାଜିକ ଅସମାନତା, ଧିମା ଅଭିବୃଦ୍ଧି ଏବଂ ବେକାରୀ ସମସ୍ୟା ସହ ସଂଗ୍ରାମ କରୁଛି । ଯାହା ଏହି ମହାମାରୀ ସମୟରେ ଅଧିକ ବୃଦ୍ଧି ପାଇଛି । ୧୭୬୯ ମସିହାରେ ଆଡମ ସ୍ମିଥଙ୍କ ଦ୍ୱାରା ଲେଖାଯାଇଥିବା ଏକ ଆର୍ଟିକିଲକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ଯଦି କେହି ଭଲ କାମ କରେ, ତେବେ ଏହାର ଶ୍ରେୟ ମିଳିଯାଏ । ଆଉ ଏହି ଶ୍ରେୟର ପରିମାଣରୁ ଜଣାପଡ଼େ ସେ ବ୍ୟକ୍ତି କେତେ ଭଲ କାମ କରିଛନ୍ତି । କିନ୍ତୁ ଶ୍ରେୟ ପାଇବାକୁ ଚେଷ୍ଟା କରିବା ଏବଂ ଶ୍ରେୟ ପାଇବାକୁ ଚେଷ୍ଟା କରି ଭଲ କାମ ନକରିବା ଏହା ସେହି ବ୍ୟକ୍ତିର ଅବସାଦକୁ ଦର୍ଶାଏ । ଭାରତ ଏଭଳି କରିବାକୁ ଚେଷ୍ଟା କରିଛି । ଯାହାକୁ ଏଡାଇବା ଉଚିତ୍ ।

Leave A Reply

Your email address will not be published.