୮୦୦ ଫୁଟ ଗଭୀର ଖାଇରେ ଖସିପଡ଼ିଲା କାର୍: ୫ ମୃତ

0 68

ଜାମ୍ମୁ, ୫ ।୬: ଜମ୍ମୁ ରାମବଣରେ ଶନିବାର ଦିନ ଏକ ବଡ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ପୋଲିସ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ, ଡିଗଡୋଲା ନିକଟରେ ଏକ ଇନୋଭା କାର୍ ଭାରସାମ୍ୟ ହରାଇ ୮ଶହ ଫୁଟ ଗଭୀର ଖାଇ ଭିତରକୁ ଖସିପଡିଥିଲା । ଏହି ଗାଡିରେ ପ୍ରାୟ ୬ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗାଡିର ନମ୍ବର ହେଉଛି ଜେକେ୦୨ବିଏ ୧୭୦୭ । କାରଟି ଖାଇରେ ପଡିଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଜାରି ରଖିଛି । ଏପର୍ଯ୍ୟନ୍ତ ୩ଟି ମୃତଦେହ ଉଦ୍ଧାର କରାଯାଇଛି । କୁଲଦୀପ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କ ମୃତଦେହ ଖୋଜା ଚାଲିଛି । ଉଦ୍ଧାର ହୋଇଥିବା ୩ ମୃତକ ହେଲେ ଜାମ୍ମୁ ତଲାବ ତିଲୋର ଗାରୁ ରାମ, ଶ୍ରୀନଗରର ବନିତ କୌର, କାଙ୍ଗରାର ଶଗୁନ କୁମାର ବୋଲି ଜଣାପଡିଛି । ଅନ୍ୟ ଦୁଇଟି ମୃତଦେହ ଚିହ୍ନଟ ହୋଇପାରିନାହିଁ ।

Leave A Reply

Your email address will not be published.