ଚୀନ୍ କୁ ନେଇ ଚିନ୍ତା ବଢ଼ିଛି

71

ସାରା ବିଶ୍ୱରେ ଏବେ କରୋନା ମହାମାରୀ ଘାତକ ସାବ୍ୟସ୍ତ ହୋଇଛି । ବିଶ୍ୱରେ କରୋନାଜନିତ ସଂକ୍ରମିତ୍ ଓ ମୃତ୍ୟୁସଂଖ୍ୟାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ । ଯଦିଓ ଏଥିାଇଁ ଏବେ ଭ୍ୟାକ୍ସିନ୍ ବାହାରିଛି ତଥାପି ଏହି ଭ୍ୟାକ୍ସିନ୍ ନେବା ପରେ ଯେ କରୋନା ସଂକ୍ରମଣ ହେବନାହିଁ ଏହା ଠିକ୍ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ଚୀନ୍ ର ଉହାନ୍ ଲ୍ୟାବରୁ କରୋନାର ଉତ୍ପତ୍ତିସ୍ଥଳ ବୋଲି ବହୁ ରାଷ୍ଟ୍ର ପୂର୍ବରୁ ମତପ୍ରକାଶ କରିଥିଲେ ବି ମିଛୁଆ ଚୀନ୍ ଏହାକୁ ବାରମ୍ବାର ଅଗ୍ରାହ୍ୟ କରିଆସୁଛି । ଚୀନ୍ ଏହାକୁ କୃତ୍ରିମ ଭାଇରସ୍ ନୁହେଁ ବରଂ ପ୍ରାକୃତିକ ବୋଲି ଆଖ୍ୟା ଦେଉଛି । ଗତବର୍ଷ ଏହି କରୋନାର ଉତ୍ପତ୍ତିସ୍ଥଳକୁ ଚୀନ୍ର ଉହାନ୍ ଲ୍ୟାବ ନେଇ ସବୁଠି ଚର୍ଚ୍ଚା ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ ଚୀନ୍କୁ ଆସି ପ୍ରମାଣ ଯୋଗାଡ଼ କରିଥିଲା । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ କ୍ଷେତ୍ରରେ ଚୀନ୍କୁ କ୍ଲିନ୍ଚିଟ୍ ଦେଇ କରୋନାର ଉତ୍ପତ୍ତିସ୍ଥଳ ଚୀନ୍ ନୁହେଁ ବୋଲି ଦର୍ଶାଇଥିଲା । ହୁ’ର ଏଭଳି କାର୍ଯ୍ୟକଳାପକୁ ଆମେରିକା ନାପସନ୍ଦ କରିଥିଲା । କାରଣ ତା’ର କିଛିଦିନ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆଉ ଅର୍ଥ ଯୋଗାଇବ ନାହିଁ ବୋଲି ଆମେରିକା କହିବା ପରେ ହୁ’ ଜାଣିଶୁଣି ଚୀନ୍କୁ ଏ କ୍ଷେତ୍ରରେ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛି ବୋଲି ଆମେରିକା ଅଭିଯୋଗ ବାଢ଼ିଥିଲା।

ଆଉ ଏକ ଚର୍ଚ୍ଚା ମଧ୍ୟ ଏହାକୁ ନେଇ ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ହେଉଛନ୍ତି ଜଣେ ଦକ୍ଷିଣ ଆଫ୍ରିକୀୟ । ସେ ଡାକ୍ତର କିମ୍ବାକୌଣସି ସ୍ୱାସ୍ଥ୍ୟ ବିଶେଷଜ୍ଞ ନୁହଁନ୍ତି । ଚୀନ୍ ସହାୟତାରେ ସେ ଏଭଳି ପଦବୀ ପାଇଥିବା ଏବଂ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରକୁ ଚୀନ୍ ଆର୍ଥିକ ସହାୟତା ଦେଉଥିବା କାରଣରୁ ତାଙ୍କର ଚୀନ୍ ପ୍ରତି ନରମ ମନୋଭାବ ରହିଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଏଠାରେ ଗୋଟେ ପ୍ରଶ୍ନ ଉଠେ ଯଦି ଚୀନ୍ ନିର୍ଦ୍ଦୋଷ ତେବେ ଏବେ ଆମେରିକା ଏହାର ଉତ୍ପତ୍ତିସ୍ଥଳକୁ ନେଇ ଆଉଥରେ ତଦନ୍ତ କରିବା କହିବା ମାତ୍ରେ କାହିଁକି ଚିହିଁକି ଉଠିଛି? ଏପରିକି ଆମେରିକାକୁ ପରମାଣୁ ଯୁଦ୍ଧର ଧମକ ଦେଉଛି । ଶନିବାର ଆଉ ଏକ ଘଟଣାକ୍ରମ ସାରା ବିଶ୍ୱକୁ ଆଚମ୍ବିତ କରିଦେଇଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ ଚୀନ୍ର ଏକ ବାଦୁଡ଼ି ଗୁମ୍ଫାକୁ ନେଇ ରହସ୍ୟ ଘନେଇଛି । ବାଦୁଡ଼ି ଗୁମ୍ଫା ଓ କରୋନା ସହ କି ଲିଙ୍କ୍ ରହିଛି ତାହା ଏବେ ପ୍ରଶ୍ନ ଘେରରେ । ଏହି ଗୁମ୍ଫାକୁ ଯାଇଥିବା ଖଣି କର୍ମଚାରୀ ଓ ଏବଂ ତଦନ୍ତକାରୀ ପ୍ରତିନିଧି ଦଳ ସେଠାରୁ ଫେରିବା ପରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ରିପୋର୍ଟ ଦର୍ଶାଇଛି । ତେଣୁ ଏବେ ଦେଖିବାର ଅଛି ଚୀନ୍ ଏହି ରିପୋର୍ଟକୁ ସତ କହୁଛି ନା ପୁଣି ଏହାକୁ ମିଛ କହି ସାରା ବିଶ୍ୱକୁ ଭୁଆଁ ବୁଲାଇବ ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଯଦି ଚୀନ୍ ନିର୍ଦ୍ଦୋଷ ତେବେ ବିଶ୍ୱର ଯେକୌଣସି ତଦନ୍ତକାରୀ ସଂଗଠନ ହେଉନା କାହିଁକି ନିଃସନ୍ଦେହରେ ତାଙ୍କୁ ତଦନ୍ତ ପାଇଁ ସହାୟତା କରିବା ଉଚିତ୍ । ଅନ୍ୟଥା ତାହା ନକରି ଯୁଦ୍ଧର ଧମକ ଦେବା ପଛରେ ନିଶ୍ଚିତ ଚୀନ୍ର କିଛି ନା କିଛି ହୀନଚକ୍ରାନ୍ତ ରହିଛି ଏହା ସବୁଠି ଏବେ ଚର୍ଚ୍ଚା । କରୋନା କିଲର ଯେ ସାରା ବିଶ୍ୱ ପାଇଁ କେତେ ଘାତକ ସାବ୍ୟସ୍ତ ହୋଇଛି ଓ କରୋନା ଜାଲରେ ପ୍ରତିଦିନ କେତେ କେତେ ବ୍ୟକ୍ତି ଛନ୍ଦି ହୋଇପଡ଼ୁଛନ୍ତି ତାହା ଦେଖିବା ପରେ ମନରେ କ୍ଷୋଭ ଓ କ୍ରୋଧ ଜାତ ହେବା ସ୍ୱାଭାବିକ । ଆଉ ଚୀନ୍ ଏହା ପଛରେ ରହିଛି ବୋଲି ବହୁ ରାଷ୍ଟ୍ର ଦାବି କରିବା ପରେ ଚୀନ୍ ପ୍ରତି ସବୁଠି ବିଦ୍ୱେଷ ଜାତ ହୋଇଛି । ଅହଂକାର ଓ ଗର୍ବକୁ ଭଗବାନ ତ ସହିନାହାନ୍ତି, ଆଉ ଚୀନ୍ ବା ଏଥିରୁ ବାଦ୍ ପଡ଼ିବ କେମିତି? ଦିନ ଆସିବ ସାରା ବିଶ୍ୱ ଏକହୋଇ ଚୀନ୍କୁ ସଠିକ୍ ଜବାବ ଦେବେ ।

Comments are closed.