ସିଟି ହସ୍ପିଟାଲରେ ଖୋଲିବ ବ୍ଲାକ ଫଙ୍ଗସ୍ ୱାର୍ଡ଼

0 57

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପରେ ଏବେ ବ୍ରହ୍ମପୁର ସିଟି ହସ୍ପିଟାଲରେ ଖୋଲିବ ବ୍ଲାକ ଫଙ୍ଗସ୍ ୱାର୍ଡ଼ । ଏଠାରେ ଥିବା ଡି.ସି.ଏଚ.- ୧ ଓ ମେଡ଼ିସିନ ବିଭାଗରେ ୱାର୍ଡ଼ ଖୋଲିବାକୁ ନିଷ୍ପତି ହୋଇଛି । ପ୍ରତ୍ୟେକ ୱାର୍ଡ଼ରେ ୪ଟି ଲେଖାଏଁ ଶଯ୍ୟା ରହିବ । ଏମକେସିଜି ମେଡ଼ିକାଲରେ ଏବେ ତିନୋଟି ବିଭାଗରେ ବ୍ଲାକ ଫଙ୍ଗସ୍ ୱାର୍ଡ଼ ଖୋଲାଯାଇଛି । ସେଠାରେ ଇ.ଏନ.ଟି. ବିଭାଗରେ ଦୁଇ ଜଣ ସନ୍ଦିଗ୍ଧ ରୋଗୀ ଚିକିତ୍ସାଧିନ ରହିଛନ୍ତି । ସିଟି ହସ୍ପିଟାଲରେ ଆସନ୍ତା କାଲି ଠାରୁ ଦୁଇଟି ବ୍ଲାକ ଫଙ୍ଗସ୍ ୱାର୍ଡ଼ ଖୋଲିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଡି.ସି.ଏଚ.- ୧ ରେ ଖୋଲାଯିବାକୁ ଥିବା ୱାର୍ଡ଼ରେ କୋଭିଡ଼୍ ପଜିଟିଭ୍ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା କରାଯିବ । ସେହିପରି ମେଡ଼ିସିନ ୱାର୍ଡ଼ରେ ଅଣକୋଭିଡ଼୍ ବ୍ଲାକ ଫଙ୍ଗସ୍ ରୋଗୀଙ୍କୁ ଚିକିୀତ୍ସା କରାଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । 

Leave A Reply

Your email address will not be published.