ସଂକ୍ରମଣ କମି ୯%ରେ ପହଂଚିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

0 63

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଗୋଟିଏ ସମୟ ଥିଲା ଆମର ୨୩% ଉପରେ ସଂକ୍ରମଣ ହାର ରହୁଥିଲା । ଧିରେ ଧିରେ କମି ବର୍ତମାନ ୯% ପହଂଚିଲାଣି । ସେତେବେଳେ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂ ଗୁରୁତ୍ୱ ଦେଇ ବଢ଼ାଇଛୁ । ଏଥିରୁ ଜଣାପଡ଼ୁଛି ସଂକ୍ରମଣ କମୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । 

ସେ କହିଛନ୍ତି ଯେ ସଂକ୍ରମଣରେ ବ୍ରେକ୍ ଲଗାଇବାପାଇଁ ଯେଉଁ ପ୍ରୟାସ ହୋଇଥିଲା ତାହା ସଫଳ ହୋଇଛି । ସର୍ଭେଲାନ୍ସ କାମ ଦେଇଛି । ଏହିପରି ସଂକ୍ରମଣ କମିଲେ ୭ରୁ ୮ ଦିନ ମଧ୍ୟରେ ଯାହା ଆଶା ରହିଛି ସେଠାରେ ପହଂଚିପାରିବୁ । 

Leave A Reply

Your email address will not be published.