ହାଇକମାଣ୍ଡ ଚାହିଁଲେ ମୁଁ ଇସ୍ତଫା ଦେଇଦେବି

0 64

ବେଙ୍ଗାଲୁରୁ, ୬ ।୬: ଯେତେ ଦିନ ପର୍ଯ୍ୟନ୍ତ ବିଜେପି ହାଇକମାଣ୍ଡଙ୍କର ତାଙ୍କ ଉପରେ ବିଶ୍ୱାସ ଥିବ ସେତେ ଦିନ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବ ଓ ଏଥିରେ ତାଙ୍କର ଦ୍ୱନ୍ଦ୍ୱ ନାହିଁ ବୋଲି କହିଛନ୍ତି ବି ଏସ୍ ୟେଦ୍ୟୁରପ୍ପା । କର୍ଣ୍ଣାଟକାରେ ନେତୃତ୍ୱ ପରିବର୍ତ୍ତନ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ରବିବାର ଦେଇଛନ୍ତି ଏହି ପ୍ରତିକ୍ରିୟା । ସେ କହିଛନ୍ତି, ଯେଉଁ ଦିନ ସେମାନେ (ହାଇକମାଣ୍ଡ) କହିବେ ଯେ ସେମାନେ ଆଉ ମୋତେ ଆବଶ୍ୟକ କରୁନାହାନ୍ତି, ସେହିଦିନ ମୁଁ ଇସ୍ତଫା ଦେଇ ଦେବି ଏବଂ ରାଜ୍ୟ ପାଇଁ ଦିନରାତି ଏକ କରି କାମ କରିବି । ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା କହିଛନ୍ତି, ମୋ ମନରେ କିଛି ଦ୍ୱନ୍ଦ୍ୱ ନାହିଁ । ହାଇକମାଣ୍ଡ ମୋତେ ଏକ ସୁଯୋଗ ଦେଇଛନ୍ତି । ମୁଁ ମୋ ଦକ୍ଷତା ବାହାରେ ଯାଇ ଏହି ସୁଯୋଗର ସଦ୍ ଉପଯୋଗ କରିବା ପାଇଁ ଚେଷ୍ଟା କରୁଛି । ବାକି ସବୁ କଥା ହାଇକମାଣ୍ଡ ଉପରେ । ସେହିପରି ବିକଳ୍ପ ନେତୃତ୍ୱ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ମୁଁ କାହାକୁ ସମାଲୋଚନା କରିବି ନାହିଁ । କେହି ବିକଳ୍ପ ନେତା ନାହାନ୍ତି ବୋଲି ମୁଁ କହିବି ନାହିଁ । ରାଜ୍ୟରେ ଓ ଦେଶରେ ସବୁ ବେଳେ ବିକଳ୍ପ ଲୋକ ରହିଛନ୍ତି । ବେଶ୍ ଗୁଡ଼ାଏ ଦିନ ହେଲାଣି ୟେଦ୍ୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ରାଜ୍ୟ ବିଜେପିର କିଛି ନେତା ପ୍ରୟାସ ଚଲାଇଥିବା ଆଲୋଚନା ହେଉଛି । ନିକଟରେ ରାଜ୍ୟର ଜଣେ ମନ୍ତ୍ରୀ ଓ ଜଣେ ଦଳୀୟ ବିଧାୟକ ହାଇକମାଣ୍ଡଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟଶୈଳୀ ବିରୋଧରେ କିଛି ବିଧାୟକ ଅସନ୍ତୁଷ୍ଟ ଅଛନ୍ତି ବୋଲି କହିବା ଉଦ୍ଦେଶ୍ୟରେ ଦିଲ୍ଲୀ ଯାଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ପାଇଁ ପ୍ରୟାସ ଚାଲିଥିବା ନେଇ ଯେଉଁ ଆକଳନ କରାଯାଉଥିଲା, ତାହା ଆହୁରି ଦୃଢ଼ ହୋଇଯାଇଥିଲା ।

Leave A Reply

Your email address will not be published.