ଲଦାଖରୁ ୯୦% ସୈନ୍ୟ ଫେରାଇଲା ଚୀନ୍

0 56

ଲେହ, ୬ ।୬: ପୂର୍ବ ଲଦ୍ଦାଖର ପ୍େୟାଙ୍ଗୟୋଙ୍ଗ ହ୍ରଦ ଅଞ୍ଚଳରେ ସୀମା ସୁରକ୍ଷା ଲାଗି ଚୀନ୍ ମୂତୟନ କରିଥିବା ସୈନିକଙ୍କୁ ଫେରାଇ ନେବାକୁ ବାଧ୍ୟ ହୋଇଛି । ଭୀଷଣ ପ୍ରତିକୂଳ ପାଗ ଓ ଅତ୍ୟାଧିକ ଥଣ୍ଡା ଯୋଗୁ ଚୀନ୍ ଏହି ପଦକ୍ଷେପ ନେଇଥିବା ବେଳେ ପ୍ରାୟ ୯୦ ପ୍ରତିଶତ ସୈନ୍ୟ ଫେରିଯାଇଛନ୍ତି । ସେମାନଙ୍କ ସ୍ଥାନରେ ନୂଆ କମ୍ପାନୀଙ୍କୁ ମୁତୟନ କରାଯାଇଛି । ଏଠାରେ ପଡୁଥିବା ଅତ୍ୟଧିକ ଥଣ୍ଡା ଚୀନ ସୈନ୍ୟ ସମ୍ଭାଳିପାରୁ ନାହାନ୍ତି । ତେବେ ଏଠାରୁ ସୈନିକଙ୍କୁ ନେଇ ନୂଆସେନା ମୁତୟନ କରିବା ଚୀନ ଲାଗି ନୂଆ ନୁହେଁ । ଗତବର୍ଷରୁ ଚୀନ ଏଠାରେ ବାରମ୍ବାର ସୈନ୍ୟ ପରିବର୍ତ୍ତନ (ରୋଟେସନ) ଜାରି ରଖିଛି । ଚୀନ ସୈନିକ ମାନେ ଏଠାକାର ପାଗ ସହ ଅଭ୍ୟସ୍ତ ନୁହନ୍ତି । ଏଣୁ ଥଣ୍ଡା ସାଙ୍ଗକୁ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାର କିନ୍ତୁ ନିଜ ଜିଦରୁ ହଟୁନାହାନ୍ତି । ସୀମା ସୁରକ୍ଷାକୁ ଗୁରତର ସହ ଗ୍ରହଣ କରିଥିବା ବେଳେ ରୋଟେସନ ଭିତ୍ତିରେ ଏଠାକୁ ସୈନ୍ୟ ପଠାଉଛନ୍ତି । ତେବେ ଏଠାରେ ଭାରତୀୟ ସୈନିକ ବେଶ୍ ଦକ୍ଷତାର ସହ ସୀମା ସୁରକ୍ଷାରେ ମୁତୟନ ଅଛନ୍ତି । ଭାରତ ଏଠାକୁ ୨ ବର୍ଷ ନିମନ୍ତେ ସୈନିକଙ୍କୁ ପଠାଉଥିବା ବେଳେ ହାଇ ଅଲ୍ଟିଚ୍ୟୁଡରେ ସେନା ବେଶ୍ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଭାରତର ବିଭିନ୍ନ ଅନ୍ତରୀଣ ଅଞ୍ଚଳରୁ ଲଦ୍ଦାଖକୁ ୪୦ରୁ ୫୦ ପ୍ରତିଶତ ସୈନ୍ୟ ପ୍ରେରଣ ହେଉଛନ୍ତି । ତେବେ ଏ କ୍ଷେତ୍ରରେ ଆଇଟିବିପିର ଯବାନ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଡ୍ୟୁଟି କରି ସୁରୁଖୁରୁରେ ଫେରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭାରତ-ଚୀନ୍ ସମ୍ପର୍କର ୪୫ ବର୍ଷରେ ଗତବର୍ଷ ପ୍ରଥମଥର ସୀମାକୁ ନେଇ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଏଥିରେ ଚୀନ୍ ସୈନିକଙ୍କ ଆତର୍କିତ ଆକ୍ରମଣରେ ଅପ୍ରସ୍ତୁତ ୨୦ ଜଣ ଭାରତୀୟ ସୈନିକ ଶହିଦ ହୋଇଥିଲେ । ଏଥିରେ ଭାରତର ଜବାବି କାର୍ଯ୍ୟାନୁଷ୍ଠାନରେ ଚୀନର ୪୫ ଜଣ ସୈନିକ ପ୍ରାଣ ହରାଇଥିଲେ । ତେବେ ଦୁଇ ଦେଶଙ୍କ ମଧ୍ୟରେ ସୈନ୍ୟ ଓ କୂଟନୈତିକ ବାର୍ତ୍ତା ପରେ ପରିସ୍ଥିତିରେ ସୁଧାର ଆସିଛି ।

Leave A Reply

Your email address will not be published.