ସ୍ୱର୍ଣ୍ଣ ମନ୍ଦିରରେ ଅପରେସନ “ବ୍ଲୁଷ୍ଟାର’ର ୩୭ ତମ ବାର୍ଷିକୀ

0 61

ଅମୃତସରରେ ସୁରକ୍ଷା କଡ଼ାକଡ଼ି

ଅମୃତସର,୬ ।୬: ପୁଣି ଖାଲିସ୍ତାନ ଆନ୍ଦୋଳନକୁ ଜୀବିତ କରିବା ଲାଗି ଶିଖଙ୍କ ଉଦ୍ୟମ ରବିବାର ପ୍ରଥମ ଥର ସାମ୍ନାକୁ ଆସିଛି । ଆତଙ୍କବାଦ ଦମନ ଲାଗି ୩୭ ବର୍ଷ ପୂର୍ବେ ପଞ୍ଜାବରେ ହୋଇଥିବା ଅପରେସନ ବ୍ଲୁଷ୍ଟାରର ୩୭ତମ ବାର୍ଷିକକୁ ପ୍ରଥମ ଥର ସ୍ୱର୍ଣ୍ଣମନ୍ଦିରରେ ଧୁମଧାମରେ ପାଳନ କରାଯାଇଛି । ଏହି ଅବସରରେ ଅକାଲତକ୍ତ ସାହିବରେ ଜ୍ଞାନୀ ହରପ୍ରୀତ ସିଂହ ଶିଖ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ପାଠ କରିଥିବା ବେଳେ ଏହା ପୂର୍ବରୁ ପଢାଯାଇଥିବା ଅରଦାସରେ ଜର୍ଣ୍ଣଲ ସିଂହ ଭିନ୍ଦ୍ରନୱାଲେ, ବାବା ଠରା ସିଂହ ଓ ଜର୍ଣ୍ଣେଲ ସୁବେଗ ସିଂହକୁ ଶହିଦ ଘୋଷଣା କରାଯାଇଛି । ଏହି ଅବସରରେ ସେଠାରେ “ଖାଲିସ୍ତାନ ଜିନ୍ଦାବାଦ’ ନାରା ମଧ୍ୟ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଗତ ୧୫ ଅଗଷ୍ଟ ଦିଲ୍ଲୀ ଟ୍ରାକ୍ଟର ପରେଡ ବେଳେ ଲାଲ କିଲ୍ଲାରେ ଖାଲିସ୍ତାନୀ ପତାକା ଉଡାଇଥିବା ଦୀପ ସିଦ୍ଧୁ ମଧ୍ୟ ଦେଖାଯାଇଛି । କାର୍ଯ୍ୟକ୍ରମ ଲାଗି ହରମନ୍ଦିର ସାହିବ (ସ୍ୱର୍ଣ୍ଣ ମନ୍ଦିର)କୁ ସାଜସଜ୍ଜା କରାଯାଇଥିବା ବେଳେ ସେଠାରେ ଖାଲିସ୍ତାନୀ ପତାକା ସହ ଜର୍ଣ୍ଣଲସିଂହ ଭିନ୍ଦ୍ରନୱାଲେର ପୋଷ୍ଟର ମଧ୍ୟ ଦେଖଯାଛି । ଘଟଣା ଜଣାପଡିବା ପରେ ଅମୃତସରର ସୁରକ୍ଷା କଡାକଡି ହୋଇଥିବା ବେଳେ ସହରର ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ମୁତୟନ ହୋଇଥିବା ବେଳେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର ରହିଛି । ବ୍ଲୁଷ୍ଟାର ଅପରେସନ ଦିନକୁ ଶିଖ୍ ରାଷ୍ଟ୍ର ସର୍ବନାଶର ଦିନ ଭାବେ ପାଳି ଆସୁଛନ୍ତି । ଏପର୍ଯ୍ୟନ୍ତ ଚୋରା ଲୁଚାରେ ଦେଶରେ ପାଳିତ ହେଉଥିବା କାର୍ଯ୍ୟକ୍ରମ ପ୍ରଥମ ଥର ଶିଖମାନେ ସ୍ୱର୍ଣ୍ଣ ମନ୍ଦିରରେ ଆଡମ୍ବର ସହ ପାଳନ କରିଛନ୍ତି । ଅମୃତସରରେ ପାଖାପାଖି ୭ ହଜାର ଜବାନ ମୁତୟନ ହୋଇଥିବା ବେଳେ ପୋଲିସ କମିଶନର ଡା. ସୁଖଚୈନ ସିଂହ ପରିସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି । କାର୍ଯ୍ୟକ୍ରମକୁ ନେଇ କମିଶନର ଲଗାତାର ବୈଠକ କରୁଥିବା ବେଳେ ସ୍ଥିତି ସମୀକ୍ଷା କରୁଛନ୍ତି ।

Leave A Reply

Your email address will not be published.