ହସ୍ପିଟାଲରେ ଭାଷା ବିବାଦ, କାର୍ଯ୍ୟାନୁଷ୍ଠାନ ଚେତାବନୀ

0 66

ନୂଆଦିଲ୍ଲୀ, ୬ ।୬: ଭାଷାକୁ ନେଇ ରାଜଧାନରୀ ଦିଲ୍ଲୀର ଏକ ହସ୍ପିଟାଲରେ ଉପୁଜିଛି ବିବାଦ । ଦିଲ୍ଲୀର ଜି.ବି ପନ୍ତ ହସ୍ପିଟାଲରେ ସମସ୍ତ ନର୍ସିଂ କର୍ମଚାରୀ କେବଳ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ କଥା ହେବା ନିର୍ଦ୍ଦେଶ ଦିଆଯାଇଛି । ଯଦି ଏଥିରେ ଅବମାନନା ହୁଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଚେତାବନୀ ହୋଇଛି । ଜି.ବି ପନ୍ତ ହସ୍ପିଟାଲ ତରଫରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି । କର୍ତ୍ତୃପକ୍ଷଙ୍କ ଏଭଳି ନିର୍ଦ୍ଦେଶ ପରେ ବିବାଦ ସୃଷ୍ଟି ହୋଇଛି । ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ନର୍ସମାନେ । ସେମାନେ ଏନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ହସ୍ପିଟାଲ ପ୍ରଶାସନର ଏଭଳି ଭାଷା ବିବାଦ କଥା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ । ଖୁବ୍ଶୀଘ୍ର ଏହି ନିର୍ଦ୍ଦେଶ ଫେରାଇ ନେବାକୁ ହସ୍ପିଟାଲକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ୨୪ ଘଣ୍ଟା ଭିତରେ ନିଜ ଆଦେଶକୁ ଫେରାଇ ନେଇଛି ଜିବି ପନ୍ତ ହସ୍ପିିଟାଲ । ଅନ୍ୟପଟେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏଭଳି ଆଦେଶ ଜାରି କରିବା ଅଭିଯୋଗରେ ହସ୍ପିଟାଲ ପ୍ରଶାସନକୁ ଏକ ନୋଟିସ ଜାରି କରାଯାଇଛି । ଭାଷାକୁ ନେଇ ଏଭଳି ନିର୍ଦ୍ଦେଶ କେମିତି ଜାରି କରାଗଲା ବୋଲି ହସ୍ପିଟାଲକୁ ପ୍ରଶ୍ନ କରାଯାଇଛି । ସୂଚନା ମୁତାବକ ଦିନକ ପୂର୍ବରୁ ହସ୍ପିଟାଲ ପ୍ରଶାସନର ଅନେକ ନର୍ସିଂ ଷ୍ଟାଫ ନିଜ ସ୍ଥାନୀୟ ଭାଷା ମାଲୟାଲମରେ କଥା ହେବାକୁ ନେଇ ଏକ ସର୍କୁଲାର ଜାରି କରିଥିଲା । କେବଳ ହିନ୍ଦୀ କିମ୍ୱା ଇଂରାଜୀରେ କଥା ହେବା ପାଇଁ ନର୍ସମାନଙ୍କୁ କୁହାଯାଇଥିଲା । ଏହି ଦୁଇ ଭାଷାକୁ ଛାଡି ଅନ୍ୟ କେଉଁ ଭାଷାରେ କଥା ହେବାକୁ ନେଇ କଡା ଚେତାବନୀ ମଧ୍ୟ ଦେଇଥିଲା ହସ୍ପିଟାଲ । ନର୍ସିଂ ଷ୍ଟାଫମାନେ ପରସ୍ପର ସହ କଥା ହେବା ପାଇଁ ମାଲୟାଲମ ଭାଷା ବ୍ୟବହାର କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଏଭଳି କଥା ହେବା ଦ୍ୱାରା ରୋଗୀମାନେ ତାଙ୍କ କଥା ବୁଝିବାରେ ସମସ୍ୟା ହେଉଛି । ଏହି ଅଭିଯୋଗକୁ ଆଧାର କରି ହସ୍ପିଟାଲ ପକ୍ଷରୁ ସର୍କୁଲାର ଜାରି କରାଯାଇଥିଲା ।

Leave A Reply

Your email address will not be published.