୪ ଲେନ୍ ହେବ ବିଜୁ ଏକ୍ସପ୍ରେସ୍ ୱେ :୧୭୪ କିମି ରାସ୍ତା ପାଇଁ ଖର୍ଚ୍ଚ ହେବ ୪୪୮ କୋଟି

49

-ପଶ୍ଚିମ ଓଡ଼ିଶା ବିକାଶରେ ସହାୟକ ହେବ
-କଟକର ମୁଖ୍ୟ ଡ୍ରେନ୍ ହେବ ବକ୍ସ କଲଭର୍ଟ
-୧୧ଟି ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର : ୪ ଲେନ୍ ହେବ ନୂଆପଡ଼ା-କଳାହାଣ୍ଡି ବିଜୁ ଏକ୍ସପ୍ରେସ୍ ୱେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନୂଆପଡ଼ାରୁ କଳାହାଣ୍ଡି ଯାଏଁ ବିଜୁ ଏକ୍ସପ୍ରେସ ୱେ ୪ ଲେନ୍ ହେବ । ୧୭୪ କିଲୋମିଟର ବିଶିଷ୍ଟ ରାସ୍ତାରେ ମୋଟ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ବିଜୁ ଏକ୍ସପ୍ରେସ୍ ୱେ ମଧ୍ୟରେ ଛୋଟବଡ଼ ୨୫ଟି ପୋଲ ନିର୍ମାଣ ହେବ । ଏହି ରାସ୍ତା ନିର୍ମାଣ ହେଲେ ପଶ୍ଚିମ ଓଡ଼ିଶାର ବ୍ୟବସାୟିକ ଭିତ୍ତିଭୂମି ସୁଦୃଢ଼ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଏଥିସହିତ କ୍ୟାବିନେଟ୍ରେ ଅର୍ଥ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ସାଧାରଣ ପ୍ରଶାସନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି କଟକ ମୁଖ୍ୟ ଡ୍ରେନ୍ ର ଉନ୍ନତିକରଣ । କଟକ ସହରର ମୁଖ୍ୟ ଡ୍ରେନ୍କୁ ବକ୍ସ କଲର୍ଭଟ କରିବାକୁ ନିଷ୍ପତ୍ତି ହୋଇଛି । ପଟ୍ଟାପୋଲଠାରୁ ମାତୃଭବନ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନ୍ ବକ୍ସ କଲଭର୍ଟ ହେବ । ୨୦୨୨ ସୁଦ୍ଧା ନିର୍ମାଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହି ପ୍ରକଳ୍ପରେ ମୋଟ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି ।

Comments are closed.