ଘରେ ରହି ରଜ ପାଳିବାକୁ ଅପିଲ୍

0 65

ଭୁବନେଶ୍ୱର : ତିନିଦିନ ପରେ ଓଡ଼ିଶାର ଗଣପର୍ବ “ରଜ’ ପାଳନ ହେବ । ଏଥି ପାଇଁ ବ୍ୟକ୍ତିଗତ ସ୍ତରରେ ଲୋକେ ନିଜକୁ ପ୍ରସ୍ତୁତି କରୁଥିବା ବେଳେ କରୋନା ଭାଇରସ ମହାମାରୀ ସଂକଟ ଆଣିଛି । କରୋନା କାଳରେ ରଜ କିଭଳି ପାଳନ କରାଯାଇପାରିବ ସେ ନେଇ କମିସନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ କୋଭିଡ୍ ସଂପର୍କିତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶବନ୍ତ ଜେଠୱା ପରାମର୍ଶ ଦେଇ କହିଛନ୍ତି ଯେ, କରୋନା ନିୟମ ମାନି ପର୍ବର୍ବାଣୀ ପାଳନ କରିବା । ପୋଲିସ ପକ୍ଷରୁ କୁହାଯାଇଛି ଯେ, କରୋନାର ୨ୟ ଲହର ଆରମ୍ଭ ହେବାଠାରୁ କଡ଼ା ପଦକ୍ଷେପ ନିଆଯାଇଛି ।

୨ ମାସ ଭିତରେ ପ୍ରାୟ ୪ ଲକ୍ଷ ୭୬ ହଜାର ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଭିନ୍ନ ଜିଲ୍ଲାରୁ ୧୪ କୋଟି ୫୮ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ପ୍ରାୟ ୩ ହଜାର ୫ଶହ ଦୋକାନ ଓ ବଜାର ସିଲ କରାଯାଇଛି । କୋଭିଡ ନିୟମ ଉଲ୍ଲଂଘନ ନେଇ ୨୭୮ ମାମଲା ରୁଜୁ ହୋଇଛି । ୩୩୨ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ୨୯ ହଜାର ଗାଡ଼ି ଜବତ କରାଯାଇଛି । ଶ୍ରୀ ଜେଠୱା କହିଛନ୍ତି ଯେ, ପ୍ରତି ଟିକାଦାନ କେନ୍ଦ୍ରରେ ପୋଲିସ କର୍ମଚାରୀ ମୁତୟନ ରହିବେ । ଏବେ ସଂକ୍ରମଣର ୩ୟ ଲହରର ଆଶଙ୍କା ରହିଛି । ଅମାନିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇଛି । ସଂକ୍ରମଣ ହାର କମାଇବା ପାଇଁ କରୋନା ନିୟମ ମାନିବା । ଗଣପର୍ବ ରଜରେ ବଜାରରେ ଅଯଥା ଭିଡ କରିବା ନାହିଁ । ଦୋକାନୀମାନେ ସାମାଜିକ ଦୂରତା ମାନନ୍ତୁ । କଟକଣା ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

Leave A Reply

Your email address will not be published.