ଦ୍ୱିତୀୟ ଡୋଜ୍ ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ଉତ୍ପନ୍ନ

0 61

ନାସିକ, ୧୧ ।୬: ମହାମାରୀ କରୋନାକୁ ମାତ୍ ଦେବାକୁ ସମଗ୍ର ଦେଶରେ ଟିକାକାରଣକୁ ଗୁରୁତ୍ୱ ଦିଆଯାଉଛି । ଏବେ ସୁଦ୍ଧା ଦେଶରେ କୋଟି କୋଟି ଲୋକ ଟିକାର ଦ୍ୱିତୀୟ ଡୋଜ ନେଇ ସାରିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ନାସିକରୁ ଆସିଛି ଏହି ଖବର । ନାସିକର ଅରବିନ୍ଦ ଜଗନ୍ନାଥ ସୋନାର ନାମକ ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ଯେ କରୋନା ଭ୍ୟାକସିନର ଦ୍ୱିତୀୟ ଡୋଜ ନେବା ପରେ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଉତ୍ପନ ହୋଇଛି । ଫଳରେ ଏବେ ତାଙ୍କ ଶରୀରରେ ଷ୍ଟିଲ ତଥା ଲୁହା ଜିନିଷ ଆପେଆପେ ଲାଗିଯାଉଛି । ଯେବେ ପ୍ରଥମ ଥର ଏପରି ଘଟିଲା, ପରିବାର ଲୋକ ଭାବିଲେ ଅଧିକ ଝାଳ ଯୋଗୁ ଏପରି ହେଉଛି । ଏହାପରେ ଅରବିନ୍ଦ ଗାଧୋଇ ଆସିବା ପରେ ମଧ୍ୟ ତାଙ୍କ ଶରୀରରେ ଷ୍ଟିଲ ବାସନ ଆସି ଲାଗିଗଲା । ତାଙ୍କ ଶରୀରରେ ପ୍ଲେଟ, ଚାମଚ, କଏନ ଆଦି ଲାଗିଯାଉଥିବା ତାଙ୍କ ପୁଅ କହିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟର ସ୍ୱାସ୍ଥ୍ୟ ମନ୍ତ୍ରୀ ଘଟଣାର ଯାଞ୍ଚ ନିର୍ଦେଶ ଦେଇଛନ୍ତି କାହିଁକି ଏପରି ଘଟିଲା ଓ ଏହା ପଛର କାରଣ କ’ଣ ଜାଣିବାକୁ ସେ ତଦନ୍ତ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.